ପଦ୍ମଫୁଲ ଚୋରାଇବାରୁ ବନ୍ଦ କରିଦିଆଗଲା ଚାଇନାର ଇକୋ ପାର୍କ

ବେଜିଂ,୪।୭: ଚାଇନାର ସିଂଚୁଆନ ଅଞ୍ଚଳରେ ତିଆରି ହୋଇଥିବା ଇକୋ ପାର୍କ ଏଠାରେ ଫୁଟୁଥିବା ପଦ୍ମଫୁଲ ପାଇଁ ବେଶ୍‌ ପ୍ରସିଦ୍ଧ। ଦିନକୁ ଅତିକମ୍‌ରେ ୨ଶହରୁ ୩ଶହ ପର୍ଯ୍ୟଟକ ଏହାର ଶୋଭାକୁ ଉପଭୋଗ କରିବାକୁ ଆସିଥାନ୍ତି। ବିଶେଷ କରି ଜୁନ୍‌ ମାସରେ ଏଠାରେ ଅଧିକ ପର୍ଯ୍ୟଟକ ଆସୁଥିବା କୁହାଯାଏ। ହେଲେ ଏହି ପର୍ଯ୍ୟଟକମାନେ ଏଠାରେ ଦିଆଯାଇଥିବା ତାରବାଡକୁ ଭାଙ୍ଗି ଶହ ଶହ ସଂଖ୍ୟାରେ ପଦ୍ମଫୁଲ ଚୋରାଇ ନେଉଥିବା ଜଣାପଡିବା ପରେ ଉକ୍ତ ପାର୍କକୁ ବନ୍ଦ କରି ଦିଆଯାଇଛି।

Share