Categories: ଜାତୀୟ

ପଦାତିକ ବାହିନୀ ଦିବସରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌

ନୂଆଦିଲ୍ଲୀ,୨୭।୧୦: ପଦାତିକ ବାହିନୀ ଦିବସ ଉପଲକ୍ଷେ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌ ନ୍ୟାସନାଲ୍‌ ଓ୍ବାର୍‌ ମେମୋରିଆଲ୍‌ଠାରେ ଶହୀଦ୍‌ଙ୍କୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୂଚନାଯୋଗ୍ୟ, କଶ୍ମୀରରେ ୧୯୪୭ ଅକ୍ଟୋବର ୨୭ରେ ହୋଇଥିବା ପାକିସ୍ତାନ ଆକ୍ରମଣ ସମୟରେ ଦେଶ ପାଇଁ ଶହୀଦ୍‌ ହୋଇଥିବା ଯବାନଙ୍କ ସ୍ମୃତିରେ ପଦାତିକ ବାହିନୀ ଦିବସ ପାଳିତ ହୋଇଥାଏ। ଏହି ଯୁଦ୍ଧରେ ଶିଖ୍‌ ରେଜିମେଣ୍ଟ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା।

Share