Posted inଖେଳ

ପଦକ ନିଶ୍ଚିତ କଲେ ପଙ୍ଘାଲ, କୌଶିକ

ଏକଟେରିନବର୍ଗ, ୧୮।୯ (ପି.ଟି.): ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅମିତ୍‌ ପଙ୍ଘାଲ (୫୨ କିଗ୍ରା) ଓ ମନୀଷ କୌଶିକ (୬୩ କିଗ୍ରା) ଏଠାରେ ଚାଲିଥିବା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରିବା ସହ ଦେଶପାଇଁ ୨ ପଦକ ନିଶ୍ଚିତ କରିଛନ୍ତି। ବୁଧବାର ଅନୁଷ୍ଠିତ ପୁରୁଷ ୫୨ କିଗ୍ରା ବର୍ଗର କ୍ୱାର୍ଟର ଫାଇନାଲ ମୁକାବିଲାରେ ଦ୍ୱିତୀୟ ସିଡ୍‌ ଅମିତ୍‌ ୪-୧ରେ ଫିଲିପାଇନ୍ସର କାର୍ଲୋ ପାଲାମଙ୍କୁ ପରାସ୍ତ କରିଥିଲେ। ସେହିଭଳି ୬୩ କିଗ୍ରା ବର୍ଗରେ କୌଶିକ ୫-୦ରେ ବ୍ରାଜିଲର ଓ୍ବାଣ୍‌ଡରସନ ଡି ଓଲିଭରିଆଙ୍କୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏଥିସହ ବକ୍ସିଂର ଏହି ସର୍ବୋଚ୍ଚ ପ୍ରତିଯୋଗିତାରେ ଅମିତ୍‌ ଓ କୌଶିକ ପ୍ରଥମଥର ଲାଗି ପଦକ ଜିତିବା ଏକପ୍ରକାର ନିଶ୍ଚିତ କରିଛନ୍ତି। ତେବେ ପୂର୍ବତନ ସ୍ବର୍ଣ୍ଣ ପଦକ ବିଜେତା ସଞ୍ଜୀତ୍‌ ୯୧ କିଗ୍ରା ବର୍ଗର ସେମିଫାଇନାଲରେ ୧-୪ ଏକ୍ୟୁଏଡର ବକ୍ସର ଜୁଲିଓ କାଷ୍ଟିଲୋଙ୍କ ନିକଟରୁ ହାରି ଯାଇଛନ୍ତି। ଏହି ସଂସ୍କରଣ ପୂର୍ବରୁ ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍‌ର ଗୋଟିଏ ସଂସ୍କରଣରେ ଭାରତ କେବେ ମଧ୍ୟ ଗୋଟିଏରୁ ଅଧିକ ବ୍ରୋଞ୍ଜ ପଦକ ଜିତିପାରି ନାହିଁ। ମୋଟ୍‌ ଉପରେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ଆଜି ପର୍ଯ୍ୟନ୍ତ ୪ ବ୍ରୋଞ୍ଜ ପଦକ ଜିତିପାରିଛି। ୨୦୦୯ରେ ବିଜେନ୍ଦର ସିଂ, ୨୦୧୧ରେ ବିକାଶ କ୍ରିଷ୍ଣା, ୨୦୧୫ରେ ଶିବ ଥାପ୍ପା ଓ ୨୦୧୭ରେ ଗୌରବ ବିଧୁରୀ ଭାରତ ପାଇଁ ଏହି ପଦକ ସଫଳତା ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri