Categories: ଫୁରସତ

ପତ୍ନୀଙ୍କ ସହ ଚାଲିଲେ ପୁରୁଷଙ୍କ ଗତି ୭ ପ୍ରତିଶତ ହ୍ରାସ ପାଏ

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଯଦି ନିଜ ପତ୍ନୀ ଅବା ଗର୍ଲ ଫ୍ରେଣ୍ଡଙ୍କ ସହ ଚାଲି ଚାଲି ଯାଆନ୍ତି ତେବେ ତାଙ୍କର ଚାଲିବାର ଗତି ୭ ପ୍ରତିଶତ କମି ଯାଇଥାଏ। ଆଉ ସେହି ବ୍ୟକ୍ତି ଯଦି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଚାଲନ୍ତି ତେବେ ତାଙ୍କର ଗତି ବୃଦ୍ଧି ପାଇଥାଏ। ଅସଲ କଥା ହେଲା ମହିଳାମାନେ ପୁରୁଷଙ୍କ ଅପେକ୍ଷା ଟିକେ କମ୍‌ ବେଗରେ ଚାଲିଥାଆନ୍ତି। ଆଉ ମହିଳାମାନଙ୍କ ସହ କଥା ବାର୍ତ୍ତା ହୋଇ ଚାଲିବା ବେଳେ ପୁରୁଷଙ୍କ ଗତି ଆପଣାଛାଏଁ କମି ଯାଇଥାଏ। ବିଶେଷ କରି ଗର୍ଲ ଫ୍ରେଣ୍ଡଙ୍କ ସହ ଚାଲିଲେ ଏମାନଙ୍କ ଗତି ଆହୁରି ଧିମା ହୋଇଯାଇଥାଏ। କାରଣ ଏମାନେ ସେତେବେଳେ ଅଧିକ ପରିମାଣରେ ଝିଅଟି ପ୍ରତି ଧ୍ୟାନ ଦେଇଥାଆନ୍ତି।

Share