ଆଲିଆଙ୍କୁ ଆଦର୍ଶ ମାନନ୍ତି ଅନନ୍ୟା

ପ୍ରଥମ ଚଳଚ୍ଚିତ୍ର ମୁକ୍ତି ଲାଭ କରିବା ପୂର୍ବରୁ ଅନନ୍ୟା ପାଣ୍ଡେ ଦ୍ୱିତୀୟ ଚଳଚ୍ଚିତ୍ର ପାଇଁ ମୋହର ମାରି ସାରିଥିଲେ। ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ‘ପତି ପତ୍ନୀ ଔର ଓ’ ଫିଲ୍ମ ପୁଣିଥରେ ନିର୍ମାଣ ହେବାକୁ ଯାଉଛି ଏଥିରେ ଅନନ୍ୟାଙ୍କ ସହ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ଓ ଭୂମି ପେଦ୍‌ନେକର ନଜର ଆସିବେ ା ଏହି ଫିଲ୍ମର ଶୁଟିଂ ସେଟରେ ଅନ୍ୟନ୍ୟା ନିଜ ୨୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ କାର୍ତ୍ତିକ ସହ ଧୁମ୍‌ ନାଚିଥିଲେ। ନୂଆ ନୂଆ ସିନେମାରେ ପାଦ ରଖୁଥିବା ଅନନ୍ୟା ପାଣ୍ଡେ କହିଛନ୍ତି ସେ ଆଶା କରୁଥିଲେ ଆଗକୁ ବଢ଼ିବାକୁା ଏଇ କ୍ଷେତ୍ରରେ ସବୁ ଭୂମିକାକୁ ସହଜରେ ନିଭାଇ ପାରୁଥିବା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଆଦର୍ଶ ରୂପେ ପାଇ ସେ ବେଶ୍‌ ଆନନ୍ଦ ଅନୁଭବ କରୁଛନ୍ତି ବୋଲି ଅନନ୍ୟା କହିଛନ୍ତି ା ଏହି ୨୧ ବର୍ଷୀୟ ଅଭିନେତ୍ରୀ ତାଙ୍କରଣ୍‌ ପ୍ରଥମ ଚଳଚ୍ଚିତ୍ର ‘ଷ୍ଟୁଡ଼େଣ୍ଟ ଅଫ୍‌ ଦି ଇଅର୍‌-୨’ରୁ ଆରମ୍ଭ କରଥିଲେ ା ଅନନ୍ୟା ହେଉଛନ୍ତି ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ା ପରବର୍ତ୍ତୀ ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ’ ଫିଲ୍ମରେ ଅନନ୍ୟା ନିଜ ଭୂମିକାକୁ ନେଇ ବେଶ୍‌ ଖୁସି ଥିବା କହିଛନ୍ତି ା

Share