ପତଳା ହେବାର ସୁଯୋଗ ଉଠାଇ ଜେଲ୍‌ର ବନ୍ଦୀଶାଳାରୁ ଖସିପଳାଇଲେ କଏଦୀ

ସୁକ୍ରେ,୧୨।୭: ବଲିଭିଆରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଲିସ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଜେଲ୍‌କୁ ପଠାଇଥିଲା। ଆଉ ସେଠାରେ ସେ ପତଳା ହେବାର ସୁଯୋଗ ଉଠାଇ ଜେଲ୍‌ର ବନ୍ଦୀଶାଳାରୁ ଫେରାର ହୋଇଯାଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହେବା ପରେ ଘଟଣା ସମ୍ପର୍କରେ ସୂଚନା ମିଳିଛି। ସୂଚନାଯୋଗ୍ୟ, ରାଜଧାନୀ ସୁକ୍ରେରେ ଥିବା ଏକ ଘରୁ ଜଜ୍‌ ମଣ୍ଟିଲା ଓରଫ୍‌ କୋକୋ ନାମକ ବ୍ୟକ୍ତି ଚୋରି କରିଥିଲେ। ଉକ୍ତ ଘରର ସିସିଟିଭିକୁ ଆଧାରକରି ପୋଲିସ୍‌ ମଣ୍ଟିଲାଙ୍କୁ ଗିରଫ କରିଥିଲା। ହେଲେ ମଣ୍ଟିଲା ଜେଲ୍‌ରେ ଅଧିକ ସମୟ ବିତାଇ ନ ଥିଲେ। ପାଖରେ କେହି ଗାର୍ଡ ନ ଥିବା ସମୟରେ ଏହାର ସୁଯୋଗ ନେଇ ଜେଲ୍‌ ଭିତରୁ ସେ ଫେରାର ହୋଇଯାଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷରେ ଜଣେ କଏଦୀ ଜେଲ୍‌ରୁ ଫେରାର ହୋଇଥିବା ଘଟଣା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଜଣା ନ ଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିବା ସହ ଏହି ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି।

Share