ପଢ଼ୁଛନ୍ତି ୧୦ରୁ କମ୍‌ ଛାତ୍ରୀଛାତ୍ର: କଳାହାଣ୍ଡିରେ ବନ୍ଦ ହେବ ୧୮ ପ୍ରାଥମିକ ସ୍କୁଲ

ଭବାନୀପାଟଣା,୧୨।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଦଶ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି ନିକଟସ୍ଥ ସ୍କୁଲଗୁଡିକରେ ନାମ ଲେଖାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ବନ୍ଦ ହୋଇଥିବା ସ୍କୁଲ ନିକଟରେ କୋଣସି ସ୍କୁଲ ନ ଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଦୂର ସ୍ଥାନରେ ଥିବା ସ୍କୁଲକୁ ଯିବାକୁ ପଡ଼ୁଥିଲେ, ଛାତ୍ରଛତ୍ରୀଙ୍କୁ ସ୍କୁଲ ଓ ଗଣଷିକ୍ଷା ବିଭାଗ ବାଟ ଖର୍ଚ୍ଚ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଏହି କ୍ରମରେ ୧୦ରୁ କମ୍‌ ଛାତ୍ରଛାତ୍ରୀ ଥିବା କଳାହାଣ୍ଡି ଜିଲାର ୧୮ ଟି ସ୍କୁଲ ବନ୍ଦ ହେବ ବୋଲି ଜଣାପଡିଛି। ସେଥିମଧ୍ୟରୁ ଜୁନାଗଡ ଓ ମ. ରାମପୁର ବ୍ଳକ୍‌ର ୪ ଟି ଲେଖାଏ ଥିବାବେଳେ କୋଲସରା ବ୍ଳକ୍‌ର ୨ଟି ସ୍କୁଲ ଏବଂ ଧର୍ମଗଡ଼, ଗୋଲାମୁଣ୍ଡା, କେସିଙ୍ଗା, ଓ ନର୍ଲା ବ୍ଳକ୍‌ର ଗୋଟିଏ ଲେଖାଏ ସ୍କଲ ବନ୍ଦ ହେବ ବୋଲି ଜଣାପଡିଛି। ଜୁନାଗଡ ବ୍ଳକ୍‌ର ଭାଲୁଗୁଣ୍ଡରୀପଡା ନୂତନ ପ୍ରାଥମିକ ସ୍କୁଲ ଜିଲିଂ, କୁମ୍ଭାରପଡା ନୂତନ ପ୍ରାଥମିକ ସ୍କୁଲ ଚିକିଲି, କଛାରପଡ଼ା ନୂତନ ପ୍ରଥମିକ ସ୍କୁଲ ଗଉଡଛେଣ୍ଡିଆ ଓ କୁସୁମଦର ନୂତନ ପ୍ରାଥମିକ ସ୍କୁଲ ବନ୍ଦ ହେବ ା ସେହିପରି ମ. ରାମପୁର ବ୍ଲକ୍‌ର ଶ୍ରୀଗୁନ ପ୍ରାଥମିକ ବିଦ୍ୟାଳୟ, ଭଞ୍ଜମୁଣ୍ଡା ନୂତନ ପ୍ରାଥମିକ ସ୍କୁଲ, ସରେଙ୍ଗପଡା ନୂତନ ପ୍ରାଥମିକ ସ୍କୁଲ ଓ ପଣ୍ଡକାମାଲ ପ୍ରାଥମିକ ସ୍କୁଲ ବନ୍ଦ ହେବ ା କୋକସରା ବ୍ଲକ୍‌ର ସିଆଲଲକିପଡା ନୂତନ ପ୍ରାଥମିକ ସ୍କୁଲ ଓ କରାଡଙ୍ଗରୀ ନୂତନ ପ୍ରାଥମିକ ସ୍କୁଲ ବନ୍ଦ ହେବା ା ସେହିପରି ଧର୍ମଗଡ ବ୍ଲକ୍‌ର ପୁରୁଣାପଡା ନୂତନ ପ୍ରାଥମିକ ସ୍କୁଲ, ଜୟପାଟଣା ବ୍ଲକ୍‌ ଖଲିଆପାଲି ନୂତନ ପ୍ରାଥମିକ ସ୍କୁଲ, କର୍ଲାମୁଣ୍ଡା ବ୍ଲକ୍‌ ଶାନ୍ତିନଗର ପଡା ନୂତନ ପ୍ରାଥମିକ ସ୍କୁଲ ଘଣ୍ଟଶୋଲା ଓ ନର୍ଲା ବ୍ଲକ୍‌ କାଲାରପଦର ପ୍ରାଥମିକ ସ୍କୁଲ ବନ୍ଦ ହେବ। ଏହି ସବୁ ବନ୍ଦ ହୋଇଥିବା ସ୍କୁଲର ଶିକ୍ଷକଙ୍କୁ ନିକଟସ୍ଥ କମ୍‌ ଶିକ୍ଷକ ଥିବା ସ୍କୁଲଗୁଡିକରେ ଅବସ୍ଥାପିତ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସୂତ୍ରରୁ ଜଣାପଡ଼ିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri