Categories: ଖେଳ

ପଡିଆରେ ଏହି ଖେଳାଳିଙ୍କୁ ଶକ୍ତ ଚାପୁଡା ମାରିଥିଲେ ହରଭଜନ, ଏବେ ଏମିତି ଜଣାଇଲେ ଜନ୍ମଦିନ ଶୁଭେଚ୍ଛା

ଭାରତୀୟ କ୍ରିକେଟ ଦଳର ସ୍ପିନର ହରଭଜନ ସିଂହ ୧୨ବର୍ଷ ତଳେ ଅର୍ଥାତ୍‌ ୨୦୦୮ରେ ଆଇପିଏଲର ଏକ ମ୍ୟାଚରେ ପ୍ରତିପକ୍ଷ ବୋଲର ଏସ.ଶ୍ରୀସନ୍ଥଙ୍କୁ ପଡିଆରେ ଚାପୁଡା ମାରିଥିଲେ। ଏହାପରେ ଶ୍ରୀସନ୍ଥ ପଡିଆରେ ଭୋ ଭୋ ହୋଇ କାନ୍ଦିଥିଲେ। ପରେ ଅବଶ୍ୟ ହରଭଜନ ଏହି ଭୁଲ ପାଇଁ ତାଙ୍କୁ କ୍ଷମା ମାଗିଥିଲେ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକଠାକ୍‌ ଚାଲିଥିଲା। ଏପରିକି ଦୁହିଁଙ୍କ ଭିତରେ ଦୃଢ ବନ୍ଧୁତା ଥିବା କଥା ଶ୍ରୀସନ୍ଥ ଏକ ସାକ୍ଷାତକାରରେ କହିଥିଲେ। ଗୁରୁବାର ଶ୍ରୀସନ୍ଥଙ୍କ ଜନ୍ମଦିନରେ ଭଜ୍ଜି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ରେ ସେ କହିଛନ୍ତି, ସେଣ୍ଟା ତୁମକୁ ଜନ୍ମଦିନର ଶୁଭେଚ୍ଛା, ବର୍ଷଟି ଭଲରେ କଟୁ। ସୂଚନାମୁତାବକ,୨୦୦୮ରେ ଆଇପିଏଲ ଚାଲିଥିବାବେଳେ ମୁମ୍ବାଇ ଇଣ୍ଡିଆନ ପକ୍ଷରୁ ଖେଳୁଥିବା ହରଭଜନ ସିଂହ ପଞ୍ଜାବ ପକ୍ଷରୁ ଖେଳୁଥିବା ଶ୍ରୀସନ୍ଥକୁ ମଇଦାନରେ ସମସ୍ତଙ୍କ ଆଗରେ ଚାପୁଡା ଡମାରିଥିଲେ। ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା। ଏହା ସହ ଶ୍ରୀସନ୍ଥ ଏହି ଘଟଣା ବିଷୟରେ ବିଗ ବସ ଘରେ ଥିବାବେଳେ ମଧ୍ୟ ଉଠାଇଥିଲେ। ହରଭଜନଙ୍କୁ ମୋର ଗୋଟେ କଥା ପସନ୍ଦ ନ ଆସିବାରୁ ସେ ମୋତେ ଚାପୁଡା ମାରିଥିଲେ ବୋଲି ଶ୍ରୀସନ୍ଥ କହିଥିଲେ।

Share