ପଡ଼ିଆ ପଡ଼ିଛି ଚାଷଜମି: ବର୍ଷା ପାଇଁ କଟଙ୍ଗପାଣି ପଞ୍ଚାୟତରେ ଇନ୍ଦ୍ରପୂଜା

ଜମନକିରା, ୨୯ା୭ (ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତରେ ସୋମବାର ଜଳ ବର୍ଷା ପାଇଁ ସ୍ଥାନୀୟ ଭୂତେଲ ଟୁଙ୍ଗରୀଠାରେ ୫ ଗାଁର ଗ୍ରାମବାସୀ ମିଶି ଇନ୍ଦ୍ରଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି। ଚଳିତ ବର୍ଷ ବର୍ଷା ଅଭାବରୁ ଚାଷ ଜମି ସବୁ ପଡ଼ିଆ ପଡ଼ିଛି। ବହୁ ଜମିରେ ଚାଷ କାର୍ଯ୍ୟ କରାଯାଇଥିବା ସତ୍ୱେ ରୁଆ ବିହୁଡ଼ା କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଏଭଳି ସ୍ଥିତିରେ ଚାଷୀମାନେ ହାତରେ ହାତ ବାନ୍ଧି ବସିଛନ୍ତି। ଶେଷରେ ଇନ୍ଦ୍ରଦେବଙ୍କ ଛଡ଼ା ଅନ୍ୟ କେହି ସହାୟ ହୋଇପାରିବେ ନାହିଁ ବୋଲି ଚିନ୍ତା କରି ପୂଜାର୍ଚ୍ଚନା କରିଛନ୍ତି। ଏଥିପାଇଁ ୫ ଟି ଗାଁର ଶହ ଶହ ମହିଳା ଓ ପୁରୁଷ ଭୂତେଲ ଟୁଙ୍ଗରୀଠାରେ ଏକତ୍ରିତ ହୋଇଥିଲେ। କଟଙ୍ଗପାଣି ପଞ୍ଚାୟତ ସମେତ ଫୁଲକୁସମ, ଧାରପଡ଼ା, ଜାଲେଖୋଳ, କରଲିବାହାଲ ପ୍ରମୁଖ ଗାଁରୁ ଲୋକେ ଆସିଥିଲେ। କୃଷ୍ଣଗୁରୁ, କୀର୍ତ୍ତନ ମଣ୍ଡଳୀ, ସଂପ୍ରଦା ଆଦି ପରିବେଷିତ ହୋଇଥିଲା। ପୂଜକ ଭାବେ ରାଣାପ୍ରତାପ ପାଢ଼ୀ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତାଭାବେ ଚୈତ୍ଯଯ ପଟେଲ କାର୍ଯ୍ୟ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମକୁ ସଭାପତି ଚୁଡ଼ାମଣୀ ପଟେଲ, ଉପସଭାପତି ପ୍ରଶାନ୍ତ ପଧାନ, ସରପଞ୍ଚ ଚନ୍ଦ୍ରକାନ୍ତ ପଧାନ, ରସାନନ୍ଦ ପଧାନ, କରୁମ ସୁରଜଲିଆ, ଯୋଗେନ୍ଦ୍ର ପଧାନ, ବିଶିକେସନ ବିର, ପରଦେଶୀ ପଧାନ, ଅଶୋକ ପଧାନ, ମିତ୍ରଭାନୁ ରକ୍ସା ପ୍ରମୁଖ ସାମିଲଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ବାଇକ୍‌ରେ ଯାଉଥିଲେ, ପିଟି ଦେଲା ହାଇଓ୍ବା: ଚାଲିଗଲା ମ୍ୟାନେଜରଙ୍କ ଜୀବନ…   

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ଗ୍ରାମ ନିକଟରେ ହାଇୱା ଟ୍ରକ (ନଂ. ଓଡ଼ି ୩୨ ଏଲ – ୧୧୦୭) ଧକ୍କାରେ ଜଣେ…

ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍‌ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଦୀପକ ହେଲେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି, ଛୁଟିଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ନଗର କଂଗ୍ରେସ କମିଟିର ସଭାପତି ରୂପେ ନିଯୁକ୍ତ କରାଯାଇଛି।…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri