ପଟ୍ଟାମୁଣ୍ଡାଇ: ବେଆଇନ ଘୋଷଣା ପରେ ବି ମୋବାଇଲରେ ମହିଳାଙ୍କୁ ତିନି ତଲାକ ଦେଲେ ସ୍ବାମୀ, ମାମଲା ରୁଜୁ

ପଟ୍ଟାମୁଣ୍ଡାଇ, ୧୦।୮(ସ୍ବ.ପ୍ର.): ତିନି ତଲାକଖ ବିଲ୍‌କୁ ନେଇ ଲୋକ ସଭା ଏବଂ ରାଜ୍ୟ ସଭାରେ ତର୍ଜମା କରାଯିବା ପରେ ଏଥିରେ ମୋହର ମରାଯାଇଛି। ମୁସଲମାନ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତିନି ତଲାକ୍‌ ନିୟମକୁ ଉଚ୍ଛେଦ କରାଯିବା ସହ ବେଆଇନ ଘୋଷଣା କରାଯାଇଛି। ଏଥିପାଇଁ ଜେଲଦଣ୍ଡର ବ୍ୟବସ୍ଥା ମଧ୍ୟ ହୋଇଛି। ଏହାସତ୍ତ୍ୱେ ଜଣେ ମୁସଲମାନ ମହିଳାଙ୍କୁ ତାଙ୍କ ସ୍ବାମୀ ମୋବାଇଲରେ ତିନି ତଲାକ ଦେବା ଘଟଣା ଲୋକଲୋଚନକୁ ଆସିଛି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନରେ ଜଣେ ମହିଳାଙ୍କୁ ମୋବାଇଲରେ ତଲାକ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ ଯୌତୁକ ନିର୍ଯାତନା ମାମଲା(ନଂ.୨୬୧/୧୯) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁଯାୟୀ, ଆକ୍ତାରୁନ ବିବିଙ୍କ ଝିଅ ରୁବିନା ଖାତୁନ ୨୦୧୮ ଫେବୃୟାରୀରେ ସେହି ବସ୍ତିର ନଜିର ଖାଁଙ୍କ ପୁଅ ଅବୁସୁଫିଆନ ଖାଁଙ୍କୁ ଇସଲାମ ଧର୍ମ ଅନୁସାରେ ବିବାହ କରିଥିଲେ। ଏବେ ରୁବିନାଙ୍କ ଏକ କନ୍ୟା ସନ୍ତାନ ରହିଛି। ତେବେ ରୁବିନାଙ୍କୁ ତାଙ୍କ ଶାଶୁ, ଶ୍ୱଶୁର, ନଣନ୍ଦମାନେ ମିଶି ଯୌତୁକ ନିର୍ଯାତନା ଦେଇଆସୁଥିବା ଅଭିଯୋଗ ହୋଇଛି। ଏପରିକି ସ୍ବାମୀ ଗୁରୁବାର ଅପରାହ୍ନରେ ତାଙ୍କୁ ମୋବାଇଲରେ ତିନି ତଲାକ୍‌ ଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି।