ପଟ୍ଟାଙ୍ଗୀରେ ପୁଣି ବାଜି ମାରିଲା ବିଜେଡି

କୋରାପୁଟ, ୨୩।୫(ସ୍ବ.ପ୍ର.)- କୋରାପୁଟ ଜିଲା ଅଧୀନ ପଟ୍ଟାଙ୍ଗୀ ବିଧାନସଭା ଆସନକୁ ପୁଣିଥରେ ହାତେଇଛି ବିଜେଡି। ଏହି ଆସନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରିତମ ପାଢୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ରାମଚନ୍ଦ୍ର କାଡାମ୍‌ଙ୍କୁ ୪,୧୯୯ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ସେଥିରେ ବିଜେଡିର ପ୍ରିତମ ପାଢୀଙ୍କୁ ୫୦,୯୮୦, କଂଗ୍ରେସର ରାମଚନ୍ଦ୍ର କାଡାମ୍‌ଙ୍କୁ ୪୬,୭୮୧ ଏବଂ ଭାଜପାର ରାମଚନ୍ଦ୍ର ପାଙ୍ଗୀଙ୍କୁ ୨୫, ୬୪୫ ଭୋଟ ମିଳିଛି।