Categories: ଜାତୀୟ

ପଞ୍ଜାବ-ରାଜସ୍ଥାନରେ ଡ୍ରୋନ୍‌ ଏବଂ କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୨।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା ଳାଗି ରହିଛି। ଶୀତଦିନେ ଘନ କୁହୁଡ଼ିର ସାହାରା ନେଇ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ୱାରା ତାଲିମପ୍ରାପ୍ତ ଆଫଗାନିସ୍ତାନ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାର ଉଦ୍ୟମ କରୁଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ପଞ୍ଜାବ ଏବଂ ରାଜସ୍ଥାନର କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ ଷଡ଼ଯନ୍ତ୍ର ହୋଇଛି। ଆଇଏସ୍‌ଆଇ ଦ୍ୱାରା ତାଲିମ ପ୍ରାପ୍ତ ପ୍ରାୟ ୩୫୦ରୁ ୪୦୦ ଆତଙ୍କବାଦୀ ଏବେ ସୀମାପାର ଶିବିରରେ ଅନୁପ୍ରବେଶ ସୁଯୋଗକୁ ଚାହିଁ ବସିଥିବା ଗୋଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି।

Share