ପଞ୍ଜାବରେ ଲକ୍‌ଡାଉନ ପ୍ରଭାବ : ୫୦% କମିଛି ଚାଷୀ ଆତ୍ମହତ୍ୟା

ଜଳନ୍ଧର,୧୨।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି। ପ୍ରାକୃତିକ ଦୁର୍ବିପାକର ଚିର ସହଚର ପାଲଟିଥିବା କୃଷି କ୍ଷେତ୍ର ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ଏହାସତ୍ତ୍ୱେ ଚାଷୀ ଭାଙ୍ଗି ଯାଇନାହିଁ। କୃଷି କ୍ଷେତ୍ରରେ କରୋନା କଟକଣା କୋହଳ କରାଯାଇଥିବାରୁ ଚାଷୀ ସବୁକିଛି ଭୁଲି ଯାଇ ଶସ୍ୟ ଉତ୍ପାଦନରେ ଲାଗି ପଡ଼ିଛି। ଯାହାକି ପଞ୍ଜାବରେ ଚଳିତବର୍ଷର ଚାଷୀ ଆତ୍ମହତ୍ୟା ହାରକୁ ଦେଖିଲେ ସହଜରେ ଅନୁମେୟ ହୋଇଯାଉଛି। କେନ୍ଦ୍ର ସରକାର ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରିଥିବାବେଳେ ଏହାର ୨ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୩ରୁ ପଞ୍ଜାବ ରାଜ୍ୟ ସରକାର ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି। ଏହାସତ୍ତ୍ୱେ ମାର୍ଚ୍ଚ ଓ ଏପ୍ରିଲରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ହାର ୫୦% ହ୍ରାସ ପାଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ସମୟରେ ଚାଷୀଙ୍କ କାର୍ଯ୍ୟ ମନୋନିବେଶ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତିରୁ ଦୂରେଇ ରଖିବାରେ ସହାୟକ ହୋଇଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତି ବିଗିଡ଼ି ଯାଇଛି। ଗତ ୩ବର୍ଷରେ ପଞ୍ଜାବରେ ଚାଷୀଙ୍କ କୃଷି ଋଣ ଛାଡ଼ ଓ ଋଣ ଖାତାରୁ ନାମ ହଟାଇବା ସତ୍ତ୍ୱେ ଚାଷୀମାନେ ଯେଉଁ ପରିମାଣରେ ଆତ୍ମହତ୍ୟା କରୁଥିଲେ ତାହା ଲକ୍‌ଡାଉନ ସମୟରେ ବହୁ ପରିମାଣରେ ହ୍ରାସ ପାଇଛି। ଚାଷୀ ଆତ୍ମହତ୍ୟା ସମ୍ପର୍କିତ ରିପୋର୍ଟ ସଂଗ୍ରହ କରୁଥିବା ଭାରତୀୟ କିଷାନ ୟୁନିୟନ(ବିକେୟୁ) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ମାର୍ଚ୍ଚ ମାସରେ ୨୭ ଏବଂ ଏପ୍ରିଲ ମାସରେ ୧୬ ଜଣ ଚାଷୀ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଗତ ବର୍ଷ ମାର୍ଚ୍ଚ ମାସରେ ୫୦ ଏବଂ ଏପ୍ରିଲରେ ୪୧ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଏପରି କି ୨୦୧୮ରେ ମାର୍ଚ୍ଚରେ ୫୦ ଏବଂ ଏପ୍ରିଲ୍‌ରେ ୩୦ଜଣ ଆତ୍ମହତ୍ୟା କରିଥିଲେ। ଚଳିତ ବର୍ଷ ଲକ୍‌ଡାଉନ ଯୋଗୁ ଚାଷୀ ମୃତ୍ୟୁ ହାର କମିଛି। ଯାହାକି ସମସ୍ତଙ୍କୁ ଆଶ୍ୱସ୍ତି କରିଛି ବୋଲି ବିକେୟୁ ନେତା ସୁଖପାଲ ସିଂ କହିଛନ୍ତି। ପଟିଆଲାସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ପୂର୍ବତନ ଅର୍ଥନୀତି ପ୍ରଫେସର ତଥା କୃଷି ବିଶେଷଜ୍ଞ ଜିଆନ ସିଂଙ୍କ କହିବା ହେଲା ଲକ୍‌ଡାଉନ ଯୋଗୁ କୃଷକମାନେ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଏକାଠି ହୋଇ ବା ଅନେକ କ୍ଷେତ୍ରରେ ସେମାନେ ଏକତ୍ରିତ ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେଉଛନ୍ତି। ଚାଷ ପାଇଁ ଭଡ଼ାରେ ନେଇଥିବା ଜମିର ଦେୟ ଅନେକ ସମୟରେ ଅଧିକ ହୋଇଯାଉଥିବାରୁ ସେମାନଙ୍କ ଉପରେ ଋଣଭାର ଅଧିକ ହୋଇଯାଇଥାଏ। ତେଣୁ ଲକ୍‌ଡାଉନ ସମୟରେ ସେମାନଙ୍କ ସାମୂହିକ ଆଲୋଚନା ବା ଏକତ୍ରୀକରଣ ଯୋଗୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାରୁ ସେମାନଙ୍କୁ ବିରତ କରିଥାଇପାରେ ବୋଲି ଜିଆନ କହିଛନ୍ତି। ଏପରି କି ଲକ୍‌ଡାଉନ ଯୋଗୁ ଗହମ ଅମଳରେ ବିଳମ୍ବ ହୋଇଛି। ଏହାର କ୍ରୟ ଆସନ୍ତା ମାସ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଆନ ସୂଚନା ଦେଇଛନ୍ତି। ଦେଶରେ ଆବଶ୍ୟକ ହେଉଥିବା ଗହମରୁ ପଞ୍ଜାବ କେବଳ ୪୬% ପୂରଣ କରିଥାଏ। ଚାଷ ଜମି ଏବଂ ମଣ୍ଡିରେ ଶ୍ରମିକ ଅଭାବ ସତ୍ତ୍ୱେ ପଞ୍ଜାବରେ ଚଳିତବର୍ଷ ଏଯାବତ୍‌ ୧୧.୫ ନିୟୁତ ଟନ୍‌ ଗହମ ଉତ୍ପାଦନ ହୋଇସାରିଲାଣି। କେନ୍ଦ୍ରକୁ ୧୩.୫ନିୟୂୁତ ଟନ୍‌ ଗହମ ଯୋଗାଣ ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri