ପଞ୍ଜାବରେ ଆଉ ୨ ସପ୍ତାହ ବଢ଼ିଲା ଲକ୍‌ଡାଉନ

ଚଣ୍ଡିଗଡ଼,୨୯।୪: କରୋନା ଭାଇରସ୍‌ ମହାମାରୀ ପ୍ରକୋପ ଜାରି ରହିଥିବାରୁ ପଞ୍ଜାବ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର କର୍ଫ୍ୟୁ ଓ ଲକ୍‌ଡାଉନ୍‌କୁ ଆଉ ୨ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୁଧବାର ଏନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସୂଚନା ଦେଇଛନ୍ତି। ଏହି କର୍ଫ୍ୟୁ ଓ ଲକ୍‌ଡାଉନ ସମୟରେ ପ୍ରତିଦିନ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ମାତ୍ର ୪ ଘଣ୍ଟା ପାଇଁ ଲୋକଙ୍କୁ ଛାଡ ମିଳିବ। ଏହି ସମୟରେ ଲୋକମାନେ ଘରୁ ବାହାରିପାରିବେ ଏବଂ ସମସ୍ତ ଦୋକାନ ମଧ୍ୟ ଖୋଲାରହିବ। ତେବେ ଘରୁ ବାହାରିବା ସମୟରେ ଲୋକମାନେ ସାମାଜିକ ଦୂରତ୍ୱ ନିୟମ ପାଳନ କରିବା ଜରୁରୀ ବୋଲି ଅମରିନ୍ଦର ସିଂହ କହିଛନ୍ତି। ଏଭଳି କରିବା ଦିଗରେ ପଞ୍ଜାବ ହେଉଛି ଦେଶର ପ୍ରଥମ ରାଜ୍ୟ।

Share