ପଞ୍ଚୁକ ପଡ଼ିଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ: ୨୫ ବର୍ଷ ପରେ ୨୦୨୦ ନଭେମ୍ବର ୨୭ରେ

କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଲେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶକୁ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ। ନାଗାର୍ଜୁନ ବେଶ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପ ନାଶ ହୋଇ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଅର୍ଜୁନଙ୍କ ପୁତ୍ର ଶହସ୍ରାର୍ଜୁନ ବା ନାଗାର୍ଜୁନଙ୍କ ସହିତ ଯୁଦ୍ଧ ସମୟରେ ଏହା ଏକ ବୀର ବେଶ ବୋଲି କେତେକ କୁହନ୍ତି। ନାଗାର୍ଜୁନଙ୍କୁ ପ୍ରଭୁ ପର୍ଶୁରାମ ବଧ କରିଥିଲେ ବୋଲି ପୁରାଣରେ ଉଲ୍ଲେଖ ଅଛି। ଏହି ବେଶ ପୂର୍ବରୁ ୧୯୬୬ ମସିହାରେ ହୋଇଥିଲା। ଏହାପରେ ୧୯୮୩ ଏବଂ ୧୯୯୪ରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୦୨୦ରେ କାର୍ତ୍ତିକ ମାସରେ ପଞ୍ଚୁକ ୬ ଦିନ ହେବ। ତେଣୁ ୨୦୨୦ ନଭେମ୍ବର ୨୭ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦୀର୍ଘ ୨୫ ବର୍ଷ ପରେ ପୁଣି ଭକ୍ତ ଦର୍ଶନ କରିବାର ଅପୂର୍ବ ସୁଯୋଗ ଲାଭ କରିବେ।

Share