ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଖପା୍ରଖୋଲ, ୧୨ା୧୧(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୂର୍ଣ୍ଣମାସୀ ବରିହାଙ୍କୁ ସୋମବାର ନିଜ କାର୍ଯ୍ୟାଳୟରେ ଥିବାବେଳେ ଦୁର୍ବ୍ୟବହାର କରାଯାଇଥିବା ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି। ଅଧ୍ୟକ୍ଷା ବରିହା ତାଙ୍କ ଏତଲାରେ ହରିଶଙ୍କର ଗେଟ ନିର୍ମାଣ କାମକୁ ନେଇ ଦୁର୍ବ୍ୟବହାର, ଗାଲିଗୁଳଜ, ଧମକଚମକ ସହ ଜାତିଆଣ ଆକ୍ଷେପ କରାଯାଇଥିବା ଉଲ୍ଲେଖ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା(ନଂ.୨୦୯/୧୯)ଧାରା ୩(୧) ଅନୁସୂଚୀତ ଜାତିଜନଜାତି ନିର୍ଯାତନା ନିରୋଧ ଆଇନ ସହିତ ବିଭିନ୍ନ ଦଫାରେ ଖପ୍ରାଖୋଲ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ କଳାକାହ୍ନୁ ବାରିକ, ପଞ୍ଚୁଦେବ ସାହୁ, ତାପସ ରଞ୍ଜନ ବେହେରା, ସୁଶୀଲ ପଧାନ ଓ ରମେଶ ପଧାନ ନାଁରେ ମାମଲା ରୁଜୁ ହୋଇଥିବା ଆଇଆଇସି ଜ୍ୟୋତିରଞ୍ଜନ ପତି ପ୍ରକାଶ କରିଛନ୍ତି। ସେହିପରି ସମିତି ସଭ୍ୟ କଲାକାହ୍ନୁ ବାରିକ ମଧ୍ୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ବରିହାଙ୍କ ସମେତ ରଘୁନାଥ ବରିହା, ରବି ସାହୁ, ହେମସାଗର ସାହୁଙ୍କ ନାମରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ତାଙ୍କୁ ଗାଲିଗୁଲଜ କରିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏହାକୁ ଭିତ୍ତି କରି ଥାନାରେ ଏକ ମାମଲା(ନଂ.୨୧୦/୧୯)ରୁଜୁ ହୋଇଛି ା ସେହିପରି ପରମା ସୁନା ନାମକ ଜଣେ ବ୍ୟକ୍ତି ତାଙ୍କୁ ଅଧ୍ୟକ୍ଷାଙ୍କ ସ୍ବାମୀ ରଘୁନାଥ ବରିହା, ରବି ସାହୁ, ହେମସାଗର ସାହୁ, ମୂରଲୀ ନାଏକଙ୍କ ନାଁରେ ଗାଲିଗୁଲଜ ସହ ଜାତିଆଣ ଆକ୍ଷେପ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା (ନଂ.୩୧୧/୧୯)ରୁଜୁ ହୋଇଛି ା