Categories: ଜାତୀୟ

ପଞ୍ଚାୟତ ଭବନ ସମ୍ମୁଖରେ ଶୌଚ ହେବାରୁ ୨ ଦଳିତଙ୍କୁ ପିଟି ପିଟି ହତ୍ୟା

ଶିବପୁରୀ,୨୫।୯: ମଧ୍ୟପ୍ରଦେଶ ଶିବପୁରୀ ଜିଲା ଭାଭଖେଡ଼ି ଗାଁରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ପଞ୍ଚାୟତ ଭବନ ସମ୍ମୁଖରେ ଶୌଚ ହେବା ଅଭିଯୋଗରେ ୨ଜଣ ଦଳିତ ଶିଶୁଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତ ଶିଶୁ ୨ଜଣଙ୍କ ବୟସ ୧୦ ଓ ୧୨ ବର୍ଷ। ଏହି ମାମଲାରେ ଅଭିଯୁକ୍ତ ହାକିମ ଯାଦବ ଏବଂ ରାମେଶ୍ୱର ଯାଦବଙ୍କୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, ଦୁଇ ଜଣ ଶିଶୁ ପଞ୍ଚାୟତ ଭବନ ଆଗରେ ଶୌଚ ହେବା ଅଭିଯୋଗରେ ୨ଅଭିଯୁକ୍ତ ସେମାନଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଶିଶୁଦ୍ୱୟଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଛନ୍ତି। ଏହି ଘଟଣାରେ ବିଏସ୍‌ପି ମୁଖ୍ୟ ମାୟାବତୀ ଟୁଇଟ କରି କେନ୍ଦ୍ରର ଭାଜପା ଓ ରାଜ୍ୟର କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି। ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଉ ବୋଲି ସେ କହିଛନ୍ତି।

Share