ପଞ୍ଚାୟତିରାଜ ଦିବସରେ ସ୍ବାମିତ୍ୱ ଯୋଜନା ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୨୪।୪: ରଷ୍ଟ୍ରୀୟ ପଞ୍ଚାୟତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପଞ୍ଚାୟତର ମୁଖ୍ୟଙ୍କୁ ଶୁକ୍ରବାର ସମ୍ବୋଧିତ କରିଛନ୍ତି। କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଗ୍ରାମାଞ୍ଚଳରେ କିଭଳି ବ୍ୟବସ୍ଥା ରହିଛି ଏବଂ ସ୍ଥିତି କ’ଣ ରହିଛି ସେନେଇ ସରପଞ୍ଚଙ୍କ ସହ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦୁଇଟି ବଡ଼ ପ୍ରୋଜେକ୍ଟ ଇ-ଗ୍ରାମ ସ୍ବରାଜ ଆପ୍‌ ଓ ସ୍ବାମିତ୍ୱ ଯୋଜନା ଲଞ୍ଚ କରିଛନ୍ତି। ଏହା ଜରିଆରେ ଗ୍ରାମ ପଞ୍ଚାୟତର ସମସ୍ୟା, ସେମାନଙ୍କ ସହ ଜଡିତ ସୂଚନା ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ। ଏଥିସହ ଆରମ୍ଭ ହୋଇଥିବା ୱେବସାଇଟ ମାଧ୍ୟମରେ ସୂଚନା ପହଞ୍ଚିବା ଏବଂ ଗାଁକୁ ସାହାଯ୍ୟ କରିବା ତ୍ୱରାନ୍ବିତ ହୋଇପାରିବ। ତେବେ କରୋନା ସଙ୍କଟରୁ ଆମକୁ ଏକ ଶିକ୍ଷା ମିଳିଛି। ବର୍ତ୍ତମାନ ସମୟରେ ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଜରୁରୀ ବୋଲି ମୋଦି କହିଛନ୍ତି। କାରଣ ଗାଁ ଆତ୍ମନିର୍ଭରଶୀଳ ହେଲେ ପଞ୍ଚାୟତ ଆତ୍ମନିର୍ଭରଶୀଳ ହେବ। ଏଥିଯୋଗୁ ଜିଲା, ରାଜ୍ୟ ଓ ଦେଶର ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି ନିଜ ଅଭିଭାଷଣରେ ମୋଦି କହିଛନ୍ତି। ଅପରପକ୍ଷେ ଗ୍ରାମବାସୀ କରୋନା ସଙ୍କଟ ମଧ୍ୟରେ ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି। ସାମାଜିକ ଦୂରତା ନୁହେଁ ବରଂ ୨ ଗଜର ଦୂରତାର ଏକ ବାର୍ତ୍ତା ଦେଇଛନ୍ତି ଗ୍ରାମବାସୀ। ଯାହା ଆଶ୍ଚର୍ଯ୍ୟଜନକ ଥିଲା ବୋଲି ମୋଦି କହିଛନ୍ତି। ସେହିପରି ୫-୬ ବର୍ଷ ପୂର୍ବେ ଦେଶର ୧୦୦ଟି ପଞ୍ଚାୟତ ବ୍ରଡବ୍ୟାଣ୍ଡ ସହି ଜଡିତ ହୋଇଥିଲା। କିନ୍ତୁ ଆଜି ଏହି ସୁବିଧା ପ୍ରାୟ ୧.୨୫ ଲକ୍ଷ ପଞ୍ଚାୟତରେ ପହଞ୍ଚିପାରିଛି। ବର୍ତ୍ତମାନ ଡ୍ରୋନ ମାଧ୍ୟମରେ ଗାଁର ମ୍ୟାପିଂ କରାଯିବ, ବ୍ୟାଙ୍କରୁ ଅନ୍‌ଲାଇନ ଲୋନ ନେବା ମଧ୍ୟ ସାହାଯ୍ୟ ହେବା ବୋଲି ପ୍ରଧାନମନ୍ତ୍ରୀ ସରପଞ୍ଚଙ୍କୁ କହିଛନ୍ତି। ପ୍ରଥମେ ଏହା ମହାରାଷ୍ଟ୍ର, ଉତ୍ତରପ୍ରଦେଶ ସମେତ ୬ଟି ରାଜ୍ୟରେ ଆରମ୍ଭ ହେଉଛି। ଏହାପରେ ଏହାକୁ ପ୍ରତ୍ୟେକ ଗ୍ରାମରେ ସାମିଲ କରାଯିବ ବୋଲି ମୋଦି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri