Categories: ମେଟ୍ରୋ

ପଞ୍ଚାୟତର ଗରିବଙ୍କୁ ମିଳିବ ରନ୍ଧାଖାଦ୍ୟ, ପଞ୍ଜୀକୃତ ଉଠାଦୋକାନୀ ପାଇବେ ୩ ହଜାର ଟଙ୍କାର ସହାୟତା

ଭୁବନେଶ୍ୱର,୨୮ା୩(ବ୍ୟୁରୋ)- ମହାମାରୀ କରୋନା ଯୋଗୁ ଲକଡାଉନ ଘୋଷଣା ପରେ ନିମ୍ନଶ୍ରେଣୀର ଗରିବଙ୍କ ମୁଣ୍ଡରେ ଚଡ଼କ ପଶିଯାଇଛି। ଦିନ ମଜୁରିଆ, ଶ୍ରମିକ, ମଜଦୁର ଭଉଣୀଭାଇମାନେ ରୋଜଗାର ନ ପାଇ ଏକରକମ ଭାଙ୍ଗି ପଡ଼ିଛନ୍ତି। ତେବେ ଏମାନଙ୍କ ସୁବିଧା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ଘୋଷଣା କରିଛନ୍ତି। ସେ ଘୋଷଣାପତ୍ରରେ ଜଣାଇଛନ୍ତି ଯେ, ପ୍ରତି ପ୍ରଞ୍ଚାୟତର ଶହେରୁ ଦୁଇଶହ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ପ୍ରତିିଦିନ ରନ୍ଧାଖାଦ୍ୟ ଯୋଗାଇଦିଆଯିବ। ଏହି ରନ୍ଧାଖାଦ୍ୟ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଜରିଆରେ ବଣ୍ଟନ ହେବ। ଏହାସହ ରନ୍ଧାଖାଦ୍ୟ ସେମାନେ ଘରକୁ ମଧ୍ୟ ନେଇପାରିବେ। ଏହାଦ୍ୱାରା ଦଶଲକ୍ଷ ଗରିବ ଓ ନିରାଶ୍ରୟ ଲୋକ ଉପକାର ହେବେ। ଅପରପକ୍ଷେ ଲକଡାଉନ ଘୋଷଣା ପରେ କ୍ଷୁଦ୍ର ଉଠାଦୋକାନୀମାନଙ୍କ ବେପାରରେ ମାଡ଼ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ୧୧୪ଟି ପୌରାଞ୍ଚଳର ପଞ୍ଜୀକୃତ ଉଠାଦୋକାନୀମାନଙ୍କ ପାଇଁ ମଧ୍ୟ ୩ହଜାର ଟଙ୍କାର ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୬୫ହଜାର ପଞ୍ଜୀକୃତ ଉଠାଦୋକାନୀ ଉପକୃତ ହେବେ। ଗତ ଶୁକ୍ରବାର ମଧ୍ୟ ମୁଖ୍ୟମନ୍ତ୍ରୀ ଗରିବମାନଙ୍କ ପାଇଁ ୩ ମାସର ରାଶନ ଏବଂ ୪ ମାସର ଭତ୍ତା ଦେବାର ଘୋଷଣା କରିଥିଲେ।