Categories: ଖେଳ

ପଞ୍ଚମ ସ୍ଥାନରେ ରାହୁଲ ସବୁଠୁ ସଫଳ

ମାଉଣ୍ଟ ମଙ୍ଗୁନୁଇ,୧୧।୨- ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ବ୍ୟାଟିଂ କ୍ରମର ଯେକୌଣସି ସ୍ଥାନରେ ଭଲ ପ୍ରଦର୍ଶନ କରୁଛନ୍ତି। ଏପରି କି ଟିମ୍‌ ଇଣ୍ଡିଆରେ ତାଙ୍କୁ ବ୍ୟାକ ଅଫ୍‌ ଓପନର ଭାବେ ବ୍ୟବହାର କରାଯାଏ। କିନ୍ତୁ ସେ ବର୍ତ୍ତମାନ ଖେଳୁଥିବା ପଞ୍ଚମ ସ୍ଥାନରେ ସବୁଠୁ ସଫଳ। ସେ ଏଯାବତ ୫ ଥର ବ୍ୟାଟିଂ କ୍ରମର ପଞ୍ଚମ ସ୍ଥାନରେ ଖେଳିସାରିଛନ୍ତି। ଏଥିରେ ସେ ୪୧୧* ରନ୍‌ କରିସାରିଛନ୍ତି। ତାଙ୍କ ସ୍କୋର ଯଥାକ୍ରମେ ୧୦୨, ୪୭, ୮୦, ୮୮* ଓ ଏହି ମ୍ୟାଚ୍‌ରେ ୯୦ ରନ୍‌ କରି ଅପରାଜିତ ଅଛନ୍ତି।

Share