ପଞ୍ଚଭୂତରେ ଲୀନ ‘ହାକିମବାବୁ’

ଭୁବନେଶ୍ୱର(ବ୍ୟୁରୋ),୧୫।୯: କୋହଭରା ଶୋକାକୁଳ ପରିବେଶ ମଧ୍ୟରେ ଶେଷ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ‘ହାକିମବାବୁ’ଙ୍କ ଅନ୍ତିମ ଯାତ୍ରା। ପଞ୍ଚଭୂତରେ ଲୀନ ହୋଇଛନ୍ତି ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ଅଜିତ୍‌ ଦାସ। କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଶେଷନିଃଶ୍ୱାସ ତ୍ୟାଗ କରିଥିବା ଅଜିତଙ୍କର ସୋମବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ଝିଅ ରୁଚିସ୍ମିତା ଦାସ ମୁଖାଗ୍ନି ଦେଇଛନ୍ତି। ତେବେ ଏହା ପୂର୍ବରୁ ପ୍ରଥମେ ଏହି ବର୍ଷୀୟାନ ଅଭିନେତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। କୋଭିଡ୍‌ କଟକଣା ଓ ନିୟମ ଅନୁଯାୟୀ ପରିବାର ସଦସ୍ୟ, କଳାକାର ଓ ଅନ୍ୟମାନେ ପାର୍ଥିବ ଶରୀରଠାରୁ ଦୂରରେ ରହି ଶେଷ ଦର୍ଶନ କରିବା ସହ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ବିଦାୟ ଦେଇଥିଲେ।
କୋଭିଡ୍‌ ଭୟକୁ ଖାତିର ନ କରି ସାଧାରଣ ଲୋକଙ୍କ ସହ ବହୁ ସଂଖ୍ୟାରେ ସିନେ କଳାକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ରାଜନେତା ଅଜିତଙ୍କୁ ଶେଷଥର ଲାଗି ବିଦାୟ ଦେବାକୁ ସତ୍ୟନଗର ଶ୍ମଶାନରେ ପହଞ୍ଚତ୍ ଅପେକ୍ଷା କରିଥିଲେ। ସେପଟେ ରାଜଧାନୀର ଘରୋଇ ହସ୍ପିଟାଲରୁ ଅଜିତ୍‌ଙ୍କ ମରଶରୀରକୁ ସିଧା ଶ୍ମଶାନକୁ ନିଆଯାଇଥିଲା। ତେବେ କୋଭିଡ୍‌ କଟକଣା ଯୋଗୁ ସୀମିତ ସଂଖ୍ୟକ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ମଧ୍ୟରେ ଶେଷକୃତ୍ୟ କରାଯାଇଥିଲା। ମରଶରୀର ନିକଟରେ ବନ୍ଧୁ ପରିଜନଙ୍କ ସହ ଧର୍ମପତ୍ନୀ ମାୟା ଦାସ, ୩ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ।
‘ମୁଁ ବସିଥିବି ଏକୁଟିଆ… ସିଏ ମତେ ଆସି ନେଇଯିବ ଏକୁଟିଆ’ ଗୀତକୁ ବାପା ସବୁବେଳେ ଗାଉଥିଲେ। ସତରେ ଆଜି ସେ ଏକୁଟିଆ ଚାଲିଗଲେ। କାହାକୁ ବି ତାଙ୍କ ପାଖକୁ ଯିବାକୁ ଦେଲେନି। କୋହଭରା କଣ୍ଠରେ ଏଭଳି କହିଥିଲେ ଅଜିତଙ୍କ ଝିଅ। ଅନ୍ୟପକ୍ଷରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ବରିଷ୍ଠ ଓ ନବାଗତ କଳାକାରମାନେ ଅଜିିତ୍‌ଙ୍କ ଶେଷ ଦର୍ଶନ କରିବାକୁ ସତ୍ୟନଗର ଯାଇଥିଲେ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମଧ୍ୟ ନିଜ ଗୁରୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପହଞ୍ଚତ୍ଥିଲେ। ୬୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଜିତ ଦାସ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟଗୁରୁ ଭାବେ ଲୋକପ୍ରିୟ ଥିଲେ। ସେହିଭଳି ମଞ୍ଚନାଟକ କ୍ଷେତ୍ରରେ ମଧ୍ୟ ସେ ଏକ ମାଇଲ୍‌ଷ୍ଟୋନ୍‌ ପ୍ରତିଷ୍ଠା କରିଥିଲେ। ତାଙ୍କ ବିୟୋଗରେ ଜନ୍ମମାଟି ମୟୂରଭଞ୍ଜରେ ମଧ୍ୟ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri