Posted inରାଜ୍ୟ

ପଞ୍ଚପଲି ପୋଲରେ କ୍ରିକ୍‌ ନିର୍ମାଣରେ ବିଳମ୍ବ : ଚାଷୀ ନିରାଶ

ଏରସମା,୧୯ା୭(ସ୍ବ.ପ୍ର.): ଏରସମା ବ୍ଲକ ନାରଦିଆ ପଞ୍ଚାୟତସ୍ଥିତ ପଞ୍ଚପଲି ପୋଲରେ କ୍ରିକ ନିର୍ମାଣ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଇତିମଧ୍ୟରେ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିଲେ ମଧ୍ୟ କ୍ରିକ୍‌ ନିର୍ମାଣ ହୋଇପାରୁନି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ତିର୍ତ୍ତୋଲ ବ୍ଲକ ତଣ୍ଡିକୁଳ ପଞ୍ଚାୟତରୁ ହଂସୁଆ ସଫେଇ ବାହାରି ଏରସମା ବ୍ଲକର ସୋମପୁର, ନାରଦିଆ, ଜିରାଇଲୋ, ଆମ୍ବିକି ଆଦି ପଞ୍ଚାୟତରେ ପ୍ରବାହିତ ହୋଇ ଜଟାଧାର ମୁହାଣ ଦେଇ ସମୁଦ୍ରରେ ମିଶିଛି। ଏରସମା ବ୍ଲକ ତଥା ସମଗ୍ର ଜଗତ୍‌ସିଂହପୁର ଜିଲାର ଉଦବୃତ ବର୍ଷାଜଳ ଏହି ସଫେଇ ଦେଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ମାତ୍ର ଏହି ଜଳକୁ କ୍ରିକ ମାଧ୍ୟମରେ ଅଟାକାଇ ରଖିପାରିଲେ ଚାଷୀମାନେ ଉଭୟ ଖରିଫ ଓ ରବି ଋତୁରେ ଫସଲ ଉପତ୍ାଦନ କରିପାରନ୍ତେ। ସେଥିପାଇଁ ୧୦୧୬ରୁ କ୍ରିକ ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ତାହା କେବଳ କାଗଜପତ୍ରରେ ସୀମିତ ହୋଇ ରହିଛି। ୨୮ା୮ା୧୦୧୬ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟଯନ୍ତ୍ରୀ ଜାନକୀ ବହ୍ଲବ ମହାପାତ୍ର, ବାଲିକୁଦା-ଏରସମାର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏହି ସ୍ଥାନ ପରିଦର୍ଶନ କରିଥିଲେ। ଜିଲା ପ୍ରଶାସନ ନିକଟରେ ଦାବି ହେବା ପରେ ପୁନର୍ବାର ୨୦୧୭ରେ ବିଭାଗୀୟ ଅଧିକାରୀ ପରିଦର୍ଶନରେ ଆସିବା ସହିତ କାଯର୍‌ୟ କରିବାକୁ ସମସ୍ତ ଯୋଜନା ପ୍ରସ୍ତୁତ ହୋଇଥିଲା। ମାତ୍ର ପରିତାପର ବିଷୟ ଏହା ମଧ୍ୟରେ ୪ ବର୍ଷ ବିତିଥିଲେ ମଧ୍ୟ ଯୋଜନା କେବଳ ଫାଇଲ ମଧ୍ୟରେ ସୀମିତ ହୋଇରହିଛି। ଏହି କ୍ରିକ କାଯର୍‌ୟକାରୀ ହେଲେ ନାରଦିଆ ସହିତ ଜାନକାଦେଈପୁର, ପୋଖରିଆପଡ଼ା, ଜିରାଇଲୋ, ଆମ୍ବିକି, ଗଡ଼ବିଶୁନିପୁର, ସୋମପୁର, ପଏଦା ପଞ୍ଚାୟତର ଚାଷୀମାନେ ଉପକୃତ ହୋଇ ପାରନ୍ତେ। ଏଥିପ୍ରତି ମନ୍ତ୍ରୀ ରଘୁନନ୍ଦନ ଦାସ ଦୃଷ୍ଟି ଦେବାକୁ ପଞ୍ଚପଲିର ପୂର୍ବତନ ସରପଞ୍ଚ ଶିଶିର କୁମାର ବିଶ୍ୱାଳ, ଅମୂଲ୍ୟ ମହାନ୍ତି, ସ୍ମୃତିରଞ୍ଜନ ମହାନ୍ତି ପ୍ରମୁଖ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri