Categories: ଜାତୀୟ

ପଛୁଆ ଚାଲି ବିରୋଧ ପ୍ରଦର୍ଶନ କଲେ ଚନ୍ଦ୍ରାବାବୁ

ଅମରାବତୀ,୧୬।୧୨: ତେଲ୍‌ଗୁ ଦେଶମ ପାର୍ଟି(ଟିଡିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସୋମବାର ଅମରାବତୀରେ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଚନ୍ଦ୍ରାବାବୁ ଦଳୀୟ କର୍ମୀଙ୍କ ସହ ମିଶି ଓଲଟା ଚାଲି ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେ ରାଜ୍ୟର ଜଗନ ମୋହନ ରେଡ୍ଡୀ ସରକାରଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି କି ରାଜ୍ୟର ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ସରକାର ପଛକୁ ପକାଇ ଦେଇଛନ୍ତି। ଏହାସହ ସରକାର ଜନ ବିରୋଧୀ ନୀତି ଲାଗୁ କରୁଛନ୍ତି ବୋଲି ସେ କହିଛନ୍ତି।

Share