Posted inଜାତୀୟ

ପଛଘୁଞ୍ଚା ଦେବନି ଭାରତ

ନୂଆଦିଲ୍ଲୀ,୨୮ା୫ : ଭାରତ ପଛଘୁଞ୍ଚା ଦେବନାହିଁ। ପୂର୍ବ ଲଦାଖର ବିବାଦ ହୋଇଥିବା ସ୍ଥାନରେ ରାସ୍ତା ନିର୍ମାଣ ଜାରି ରଖିବ। ଚାଇନା ସୀମା ଉଲ୍ଲଂଘନ କରି ଭାରତୀୟ ସେନାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ହେଲେ ଭାରତ ଶାନ୍ତିପୂର୍ଣ୍ଣ ଓ କୂଟନୈତିକ ଉପାୟରେ ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ବୁଧବାର ନୂଆଦିଲ୍ଲୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତ ଦୃଢ଼ ଭାବେ ନିଜ ସ୍ବାର୍ଥର ସୁରକ୍ଷା ପାଇଁ ଉଦ୍ୟମ ଜାରି ରଖିବା ସହ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବ। ତେବେ ଚାଇନା ସେନାର ଅତିକ୍ରମଣକୁ ଭାରତୀୟ ସେନା ବିରୋଧ କରିବା ସହ ଖୁବ୍‌ଶୀଘ୍ର ସୀମା ଭିତ୍ତିଭୂମି ନିର୍ମାଣ କରିବ, ଯାହାକି ମହାମାରୀ କରୋନା ଯୋଗୁ ବନ୍ଦ ହୋଇଯାଇଛି।
ଭାରତ-ଚାଇନା ମଧ୍ୟରେ ୩,୫୦୦ କି.ମି. ବିସ୍ତୃତ ସୀମା ରହିଛି। ଏହାକୁ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) କୁହାଯାଏ। ଉକ୍ତ ଏଲ୍‌ଏସିକୁ ଠିକ୍‌ ଭାବେ ମାପ କରାଯାଇ ନ ଥିବାରୁ ମଝିରେ ମଝିରେ ଏହାକୁ ନେଇ ବିବାଦ ଉଠିଥାଏ। ଲଦାଖ ଏବଂ ଉତ୍ତର ସିକିମରେ ଉଭୟ ଭାରତ ଓ ଚାଇନାର ସାମରିକ ଘାଟି ରହିଛି। ନିକଟରେ ପଙ୍ଗୋଙ୍ଗ୍‌ ସୋ ହ୍ରଦର ଫିଙ୍ଗର ଏରିଆରେ ଭାରତ ପକ୍ଷରୁ ରାସ୍ତା ନିର୍ମାଣ ବେଳେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟ ଏହାକୁ ବିରୋଧ କରିଥିଲେ। ମେ ୫ ସନ୍ଧ୍ୟାରେ ଇଷ୍ଟର୍ନ ଲଦାଖରେ ପ୍ରାୟ ୨୫୦ ଚାଇନା ସୈନ୍ୟ ଓ ଭାରତୀୟ ଯବାନ ହାତାହାତି ହୋଇଥିଲେ। ପରଦିନ ମଧ୍ୟ ଦୁଇଦେଶର ସୁରକ୍ଷା ବଳଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ହିଂସାରେ ଉଭୟ ପକ୍ଷର ଶତାଧିକ ସୈନ୍ୟ ଆହତ ହୋଇଥିଲେ। ସ୍ଥାନୀୟ କମାଣ୍ଡରଙ୍କୁ ନେଇ ଏକ ଦ୍ୱିପାକ୍ଷିକ ବୈଠକ ପରେ ବିବାଦରୁ ସେମାନେ ଓହରିଯାଇଥିଲେ। ହେଲେ ସ୍ଥିତି ଏବେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି। କାରଣ ଏହି ଘଟଣା ପରେ ପଙ୍ଗୋଙ୍ଗ୍‌ ସୋ ହ୍ରଦ, ଗଲଓ୍ବାନ ଉପତ୍ୟକା, ଡେମ୍‌ଚୋକ୍‌ ଓ ଦୌଲତ ବେଗ୍‌ ଓଲ୍ଡି ଅଞ୍ଚଳରେ ପିଏଲ୍‌ଏ ସୈନ୍ୟ ଠୁଳ କରି ପାଟ୍ରୋଲିଂ ବଢ଼ାଇଦେଇଛି।

ଭାରତୀୟ ସେନା ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଅନୁରୂପ ଅଭ୍ୟାସ ଚଳାଇଛି। ଉକ୍ତ ବିବାଦକୁ ନେଇ ଗତ ସପ୍ତାହରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ, ଭାରତୀୟ ଯବାନମାନେ ପୂରା ପ୍ରସ୍ତୁତ। ସୀମାର ଭାରତୀୟ ପଟେ ରାସ୍ତା ନିର୍ମାଣ ବେଳେ ଚାଇନା ବିବାଦ ସୃଷ୍ଟି କରିଥିଲା। ଆମେ ଆମ ଦେଶର ସାର୍ବଭୌମତ୍ୱ ଓ ନିରାପତ୍ତାକୁ ସୁରକ୍ଷା ଦେବା ପାଇଁ ଦୃଢ଼ ପ୍ରତିଶ୍ରୁତିବଦ୍ଧ। ଇତିମଧ୍ୟରେ ଲଦାଖ ସୀମାରେ ଚାଇନା ସୈନ୍ୟ ବଳ ବଢ଼ାଇବା ସହ ତା’ର ଏୟାରବେସ୍‌କୁ ବିସ୍ତାର କରୁଥିବା ଉପଗ୍ରହ ଜରିଆରେ ସଂଗୃହୀତ ଚିତ୍ରରୁ ଜଣାପଡ଼ିଛି। ସୀମାରୁ ୨୦୦ କି.ମି ଦୂର ସ୍ଥିତ ଅତ୍ୟୁଚ୍ଚ ଅଞ୍ଚଳ ତିବ୍ବତର ନଗାରି ଗୁନ୍ସା ବିମାନବନ୍ଦରରେ ଚାଇନାର ଯୁଦ୍ଧବିମାନ ମୁତୟନ ଓ ସୈନ୍ୟ ଠୁଳ କରୁଥିବା ସାମ୍ନାକୁ ଆସିବା ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ, ଡିଫେନ୍ସ ଷ୍ଟାଫ୍‌ ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତଙ୍କ ସହ ତିନି ସେନା ମୁଖ୍ୟଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri