Categories: ଫୁରସତ

ପଙ୍ଗପାଳ ଯୋଗୁ ୩୫୦ ବର୍ଷ ତଳେ ମଦୁରାଇ ଚାଷ ଜମି ଯାଇଥିଲା ଉଜୁଡ଼ି

ମଦୁରାଇ,୧।୬: ଦେଶରେ ଏବେ ପାକିସ୍ତାନୀ ପଙ୍ଗପାଳଙ୍କ ଆତଙ୍କ ଦେଖାଦେଇଛି। ପଙ୍ଗପାଳ ଯୋଗୁ ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଏହିଭଳି ପଙ୍ଗପାଳ ଆତଙ୍କ ତାମିଲନାଡୁର ମଦୁରାଇରେ ୩୫୦ ବର୍ଷ ତଳେ ଦେଖାଦେଇଥିଲା। ୧୭ ଶତାବ୍ଦୀରେ ପଙ୍ଗପାଳ ମଦୁରାଇର ଚାଷ ଜମିକୁ ଉଜାଡ଼ି ଦେଇଥିଲେ। ଖାଦ୍ୟଶସ୍ୟର ଘୋର ଅଭାବ ଦେଖାଦେଇଥିଲା। ଏଠାରେ ୩ ବର୍ଷ ପର୍ଯ୍ୟନ୍ତ ମରୁଡ଼ି ପଡ଼ିଥିଲା। ଏସମ୍ପର୍କରେ ଜେ.ଏନ୍‌. ନେଲସନ୍‌ଙ୍କ ଦ୍ୱାରା ରଚିତ ପୁସ୍ତକ ‘ପଲ୍ଟିକାଲ ହିଷ୍ଟ୍ରି ଅଫ୍‌ ମଦୁରାଇ କଣ୍ଟ୍ରି’ରେ ଉଲ୍ଲେଖ କରାଯାଇଛି। ଏହି ପୁସ୍ତକ ୧୮୬୬ରେ ପ୍ରକାଶିତ ହୋଇଥିଲା। ୧୬୬୨ରୁ ୧୬୮୨ ମଧ୍ୟରେ ରାଜା ଚୋକ୍କୋନାଥର ନାୟକଙ୍କ ଶାସନ ସମୟରେ ମଦୁରାଇର ଚାଷ ଜମିରେ ପଙ୍ଗପାଳ ଆକ୍ରମଣ ହୋଇଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ମଦୁରାଇ ଆକାଶକୁ ଆଚ୍ଛାଦିତ କରିଥିଲେ। ପଙ୍ଗପାଳ ହଟାଇବାରେ ଚାଷୀ ଅସଫଳ ରହିଥିଲେ। ସେମାନ ଚାଷ ଜମିରେ ଫସଲ ନଷ୍ଟ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଲୋକେ ଖାଇବାକୁ ପାଇ ନ ଥିଲେ ବୋଲି ପୁସ୍ତକରେ ଦର୍ଶାଯାଇଛି।

Share