Posted inଜାତୀୟ

ପଙ୍ଗପାଳ ମାଡ଼ିଆସିଲେଣି

ନୂଆଦିଲ୍ଲୀ,୨୭ା୫: ଭାରତୀୟମାନେ କରୋନା ଭୂତାଣୁ ସହ ଲଢ଼େଇ କରୁଥିବାବେଳେ ବିଦେଶରୁ ମାଡ଼ିଆସିଛି ଆଉ ଏକ ବିପଜ୍ଜନକ କୀଟ। ଆଫ୍ରିକୀୟ ଦେଶଗୁଡ଼ିକରୁ ପାକିସ୍ତାନ ପଟୁ ଆସିଥିବା ବହୁ ପଙ୍ଗପାଳ ଦଳ ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରଭୂତ ଫସଲହାନି କରିଛନ୍ତି। ଏହି କୀଟ ଆସିବାବେଳେ ବାଟରେ ଯାହା ପାଇଥାଏ ତାକୁ ଖାଇଯାଏ। ଫଳରେ ଖାଦ୍ୟସଶ୍ୟ ପାଇଁ ଏକ ଅଭୂତପୂର୍ବ ସଙ୍କଟ ସୃଷ୍ଟି ହେବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ମଧ୍ୟ ବିପନ୍ନ ହେବାରେ ଲାଗିଛି। ଭାରତୀୟ କୃଷକମାନଙ୍କ ଉପରେ ୨୭ ବର୍ଷରେ ଏହା ହେଉଛି ସବୁଠୁ ବଡ଼ ଆକ୍ରମଣ। ପଙ୍ଗପାଳର ପ୍ରାଦୁର୍ଭାବକୁ ଦେଖି ଏହାକୁ ବିଶ୍ୱର ସବୁଠୁ ବିନାଶକାରୀ ବିଦେଶାଗତ କୀଟ ବୋଲି କୁହାଯାଉଛି।
କିଛିଦିନ ହେଲା ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଯୋଗୁ ଭାରତ ଏକ ନୂଆ ସମସ୍ୟାକୁ ସାମ୍ନା କରୁଛି। ଏହି ୪ ଇଞ୍ଚର ଛୋଟ ଜୀବ ଭାରତର ଅନେକ ରାଜ୍ୟରେ ଆତଙ୍କ ଖୋଳାଇଛି। ପଙ୍ଗପାଳ ପ୍ରଥମେ ରାଜସ୍ଥାନରେ ବ୍ୟାପକ ଫସଲ ନଷ୍ଟ କରିବା ପରେ ଏବେ ମଧ୍ୟପ୍ରଦେଶରେ ପହଞ୍ଚତ୍ସାରିଛି। ପନ୍ନା, ଆଗର ଓ ନୀମଚ ଭଳି ମଧ୍ୟପ୍ରଦେଶର ଅନେକ ଅଞ୍ଚଳରେ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ମହାରାଷ୍ଟ୍ରର ନାଗପୁରରେ ମଧ୍ୟ ପଙ୍ଗପାଳ କାୟା ବିସ୍ତାର କରିସାରିଲାଣି। ରବି ଫସଲ କଟାସରିଛି। କିନ୍ତୁ ବାଜରା ଫସଲ ଓ ଗଛଲତା ଉପରେ ଏବେ ଏହାର ଆକ୍ରମଣ ଜାରି ରହିଛି। ଏଥିଯୋଗୁ ଅନେକ ଗଛର ପତ୍ର ମଧ୍ୟ ଦେଖିବାକୁ ମିଳୁନାହିଁ। ଘରଦ୍ୱାର କାନ୍ଥବାଡ଼ ଯେଉଁଆଡ଼କୁ ଚାହିଁଲେ କେବଳ ପଙ୍ଗପାଳ ଦେଖିବାକୁ ମିଳୁଛନ୍ତି। ଫସଲ ଗଛଲତା ଖାଇଯିବା ସହ ଏମାନେ ଲୋକଙ୍କ ବଞ୍ଚତ୍ବା ମୁସ୍କିଲ କରିଦେଲେଣି। ଏଥିଯୋଗୁ ରାଜସ୍ଥାନରୁ ନେଇ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଚାଷୀମାନେ କ୍ଷତିପୂରଣ ଦାବି କରୁଛନ୍ତି। ବିଗତ କିଛି ବର୍ଷ ଧରି ଏହି କୀଟ ରାଜସ୍ଥାନରେ ହଜାର ହଜାର ଏକର ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ଏମାନଙ୍କୁ ଘଉଡ଼ାଇବା ପାଇଁ କୃଷକମାନେ କୀଟନାଶକ ପ୍ରୟୋଗ କରୁଛନ୍ତି। ଥାଳି, ହର୍ନ ଓ ଅନ୍ୟ ବାଦ୍ୟଯନ୍ତ୍ର ବଜାଉଛନ୍ତି। କିନ୍ତୁ ଏଥିରୁ କିଛି ସୁଫଳ ମିଳୁନାହିଁ। ୨୦୧୯ରେ ଭାରତୀୟ ମହାସାଗରରେ ଉଠିଥିବା ବଡ଼ ବଡ଼ ସାମୁଦ୍ରିକ ଝଡ଼ ଯୋଗୁ ଏତେମାତ୍ରାରେ ପଙ୍ଗପାଳ ବଂଶବିସ୍ତାର କରିଥିବା ବୈଜ୍ଞାନିକମାନେ କହିଛନ୍ତି।
ରାଜସ୍ଥାନର ୨୧ ଜିଲା ପ୍ରଭାବିତ ହୋଇଥିବାବେଳେ ୫୧ ହଜାର ହେକ୍ଟରରୁ ଅଧିକ ଚାଷଜମିରେ ଗହମ ଫସଲ ନଷ୍ଟ ହୋଇସାରିଲାଣି। ସେହିପରି ଗୁଜରାଟ ଓ ପଞ୍ଜାବ ସରକାର ପଙ୍ଗପାଳ ଆକ୍ରମଣକୁ ନେଇ ଚାଷୀଙ୍କୁ ସତର୍କ କରାଇଛନ୍ତି। ଭାରତରେ ଏହା ହେଉଛି ପଙ୍ଗପାଳର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ। ଗତ ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ପ୍ରଥମ ଆକ୍ରମଣ ହୋଇଥିଲା। ସେତେବେଳେ କେବଳ ଗୁଜରାଟରେ ୨୫,୦୦୦ ହେକ୍ଟର ଜମିର ଫସଲ ନଷ୍ଟ ହୋଇଯାଇଥିଲା। ଚଳିତ ଥର ଏହି ଆକ୍ରମଣ ଆହୁରି ଘାତକ ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ କହିଛି, ପଙ୍ଗପାଳ ଯୋଗୁ ଭାରତ-ପାକିସ୍ତାନ ସୀମାର ଉଭୟ ପାର୍ଶ୍ୱରେ ବିପଦ ବଢ଼ିଯାଇଛି। କେବଳ ଭାରତ କି ପାକିସ୍ତାନ ନୁହେଁ, ଏହାର ପ୍ରଭାବରେ ୧୨ଟି ଦେଶରେ ବ୍ୟାପକ ଫସଲ ନଷ୍ଟ ହୋଇଛି।

ଆଫ୍ରିକାରେ ତାଣ୍ଡବ
ପଙ୍ଗପାଳ ପ୍ରାୟତଃ ଆଫ୍ରିକୀୟ ଦେଶଗୁଡ଼ିକରେ ଅଧିକ ଦେଖାଯାଆନ୍ତି। କେନିଆ, ଉଗାଣ୍ଡା, ସୁଦାନ, ଇଥିଓପିଆ, କଙ୍ଗୋ ଓ ସୋମାଲିଆରେ ଏମାନଙ୍କ ପ୍ରାଦୁର୍ଭାବ ସବୁଠୁ ବେଶି। ୨୦୧୯ରେ ଆଫ୍ରିକା, ଆରବ ଦ୍ୱୀପପୁଞ୍ଜ ଓ ଦକ୍ଷିଣ ଏସିଆରେ ଏହି ମରୁ କୀଟ ଅଧିକ ବଂଶବିସ୍ତାର କରିଥିଲା। ଫଳରେ ସମଗ୍ର ଅଞ୍ଚଳରେ ଖାଦ୍ୟ ସଙ୍କଟ ଦେଖାଦେଇଥିଲା। ଫେବୃୟାରୀରେ ପଙ୍ଗପାଳମାନେ ଗ୍ରେଟର ହର୍ନ ଅଫ୍‌ ଆଫ୍ରିକାରେ ବ୍ୟାପକ ଫସଲ ଖାଇଯିବା ସହ ଚାରଣଭୂଇଁକୁ ନଷ୍ଟ କରିଦେଇଥିଲେ। ଇଥିଓପିଆ, କେନିଆ ଓ ସୋମାଲିଆର ଲକ୍ଷ ଲକ୍ଷ ହେକ୍ଟର ଚାଷଜମିର ଫସଲ ହାନି ହୋଇଥିଲା। ଇଥିଓପିଆ ଓ ସୋମାଲିଆରେ ଏହାକୁ ୨୫ ବର୍ଷ ମଧ୍ୟରେ ସବୁଠୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଥିବାବେଳେ କେନିଆରେ ୭୦ ବର୍ଷ ମଧ୍ୟରେ ଏତିକି କ୍ଷତି ଦେଖିବାକୁ ମିଳି ନ ଥିଲା। ୨୦୧୯ ଶେଷ ସୁଦ୍ଧା ପଙ୍ଗପାଳ ଇଥିଓପିଆ, ଏରିଟ୍ରିଆ, ସୋମାଲିଆ, କେନିଆ, ସାଉଦି ଆରବ, ଇଜିପ୍ଟ, ଓମାନ, ଇରାନ, ଭାରତ ଓ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଥିଲା। ଆଫ୍ରିକାରୁ ଆସିଥିବା ଏହି କୀଟ ପାକିସ୍ତାନ ଦେଇ ଭାରତରେ ପ୍ରବେଶ କରିଛି। ଆଗକୁ ମରୁଡ଼ି କିମ୍ବା ଖାଦ୍ୟ ସଙ୍କଟ ଆସିବାକୁ ଥିଲେ ପଙ୍ଗପାଳ ବଂଶବିସ୍ତାର କରି ଏହାର ସଙ୍କେତ ଦେଇଥାଏ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri