ପଙ୍ଗପାଳକୁ ନେଇ ଚିନ୍ତା ନ କରିବାକୁ କଳାହାଣ୍ଡି କୃଷି ବିଭାଗର ପରାମର୍ଶ

ଭବାନୀପାଟଣା,୩।୬(ଡି.ଏନ୍‌.ଏ.): ଦେଶ କରୋନା ସହ ଯୁଦ୍ଧ କରୁଥିବା ବେଳେ ଏବେ ପଙ୍ଗପାଳକୁ ନେଇ ଚିନ୍ତା ବଢ଼ୁଛି। ଯଦିଓ ଏଯାବତ୍‌ ପଙ୍ଗପାଳ ଓଡ଼ିଶାକୁ ପହଞ୍ଚତ୍ ନାହାନ୍ତି ତଥାପି କଳାହାଣ୍ଡି ଜିଲାର ଚାଷୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ସେମାନଙ୍କୁ ଚିନ୍ତା ନ କରିବାକୁ ଜିଲା କୃଷି ଉପନିର୍ଦ୍ଦେଶକ ନରେନ୍ଦ୍ର ବେହେରା ପରାମର୍ଶ ଦେଇଛନ୍ତି। କୃଷି ବିଭାଗ ଓ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ପରାମର୍ଶକ୍ରମେ ଓ ମାର୍ଗଦର୍ଶିକା ଅନୁଯାୟୀ କଳାହାଣ୍ଡି କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଜିଲାର ସମସ୍ତ ଅଞ୍ଚଳରେ ଭିଏଲ୍‌ଡବ୍ଲ୍ୟୁଙ୍କ ଜରିଆରେ ପଙ୍ଗପାଳ ସମ୍ପର୍କିତ ପ୍ରଚାରପତ୍ର ବଣ୍ଟନ କରାଯିବା ସହ ସାମାଜିକ ଗଣମାଧ୍ୟମ ଜରିଆରେ ମଧ୍ୟ ଚାଷୀଙ୍କୁ ସଚେତନ କରାଯାଉଛି ବୋଲି ବେହେରା କହିଛନ୍ତି।