ପଗଡି ପିନ୍ଧା ଶିଖ୍‌ ଯୁବକଙ୍କୁ ଆମେରିକା ସେନାରେ ଭର୍ତ୍ତି ପାଇଁ ମିଳିଲା ଅନୁମତି

ଓ୍ବାଶିଂଟନ,୭।୬: ଆମେରିକାରେ ପ୍ରଥମ ଥର ଲାଗି ଜଣେ ଶିଖ୍‌ ଯୁବକଙ୍କୁ ଧାର୍ମିକ ପ୍ରତିକ ଥାଇ ବାୟୁସେନାରେ ଭର୍ତ୍ତି ଲାଗି ଅନୁମତି ମିଳିଛି। ଓ୍ବାଶିଂଟନର ମୌକାର୍ଡ ଏୟାର ବେସ୍‌ରେ ଏୟାରମ୍ୟାନ ହରମନପ୍ରିତ ସିଂହ ବାଜଓ୍ବା ଏବେ ପଗଡି ଓ ଦାଢି ରଖି ବାୟୁସେନା ପାଇଁ କାମ କରିବେ। ସୂଚନାଯୋଗ୍ୟ, ହରମନପ୍ରିତ ୨୦୧୭ରେ ବାୟୁସେନାରେ ଯୋଗ ଦେଇଥିଲେ। ହେଲେ ମିଲିଟାରୀ ଡ୍ରେସ୍‌ କୋର୍ଡ ଥିବାରୁ ସେ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପାରୁ ନ ଥିଲେ। ଆମେରିକାନ୍‌ ନ୍ୟୁଜ ଚ୍ୟାନେଲ ଏନ୍‌ବିସିର ସୂଚନା ଅନୁଯାୟୀ, ହରମନପ୍ରିତଙ୍କୁ ଶିଖ୍‌ ଆମେରିକାନ୍‌ ଭେଟେରାନ୍‌ ଆଲୋଏନ୍ସ ଏବଂ ଆମେରିକାନ୍‌ ସିଭିଲ୍‌ ଲିବର୍ଟିଜ୍‌ ୟୁନିୟନ୍‌ ସହୟତାରେ ତାଙ୍କୁ ଏହି ଅନୁମତି ମିଳିଛି। ଶେଷରେ ସେ ଧାର୍ମିକ ପ୍ରତିକ ସହ ଚାକିରି କରିବାର ସୁଯୋଗ ପାଇଛନ୍ତି।

Share