ପକେଟ୍‌ ଖର୍ଚ୍ଚରୁ ଚାଲିଛି ଫଟୋଗ୍ରାଫି ନିଶା

କଟକ ଅଫିସ,୧୭।୩:ଫଟୋଗ୍ରାଫି ନିଶାରେ ପଡିଛନ୍ତି ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରୀଛାତ୍ର। ସେମାନେ ହେଲେ ଆୟୁଷ୍ମାନ ଦାଶ, ସୂର୍ଯ୍ୟକାନ୍ତ ବେହେରା ଓ ପ୍ରଲିପ୍ତା ନାୟକ। ୩ ଜଣ ଯାକ ଭୂଗୋଳ ସ୍ନାତକ ପାଠ୍ୟକ୍ରମର ଶେଷ ବର୍ଷରେ ଅଧ୍ୟୟନ କରୁଛନ୍ତି। ହେଲେ ଫଟୋଗ୍ରାଫି ନିଶା ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ଟାଣି ନେଉଛି। ପର୍ଯ୍ୟଟନସ୍ଥଳୀର ଭିଡିଓ ଉତ୍ତୋଳନ କରି ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ କରିବା ସହ ବ୍ଲଗ୍‌ ଲେଖୁଛନ୍ତି। ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ ହେଉଥିବା ଛୋଟ ଭିଡିଓକୁ ସାଧାରଣତଃ ଭ୍ଲଗ୍‌ କୁହାଯାଏ। ଏମାନଙ୍କ ବ୍ଲଗ୍‌ ଓ ଭ୍ଲଗ୍‌କୁ ସୋସିଆଲ ମିଡିଆରେ ବିପୁଳ ପ୍ରଶଂସା ମିଳିଛି। ଏହି ୩ଜଣଙ୍କୁ ନେଇ ଗଠିତ ହୋଇଥିବା ଟିମ୍‌ର ନଁା ହେଲା ‘ନୋମାଡିକ୍‌ ବଡିଜ୍‌’।


ଇଂଲିଶ ଶବ୍ଦ ନୋମାଡିକ୍‌ର ଆକ୍ଷରିକ ଓଡ଼ିଆ ଅର୍ଥ ହେଉଛି ଯାଯାବର। ଯେଉଁମାନେ ଭ୍ରମଣଶୀଳ ତଥା ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ପସନ୍ଦ କରନ୍ତି। ଭ୍ରମଣପ୍ରିୟ ସାଙ୍ଗମାନଙ୍କୁ ନେଇ ହୋଇଥିବା ଏହି ଟିମ୍‌ର ନଁା ନୋମାଡିକ୍‌ ବଡିଜ୍‌ ଦିଆଯାଇଛି। ୨୦୧୮ ଠାରୁ ଏହି ଟିମ୍‌ ଫଟୋଗ୍ରାଫି ଦିଗରେ ଅନେକ ଆକର୍ଷଣୀୟ କାର୍ଯ୍ୟ କରି ଚାଲିଛି। ନିକଟ ଅତୀତରେ ଦେଓଝରକୁ ନେଇ ଏକ ଚମତ୍କାର ଭ୍ଲଗ୍‌ ନୋମାଡିକ୍‌ ବଡିଜ୍‌ର ଅଫିସିଆଲ ୟୁ-ଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ ହୋଇଛି। ଏହି ଟିମ୍‌ ଦ୍ୱାରା ପ୍ରସ୍ତୁତ ମେଘାଳୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ କଲିକତାର ଦୁର୍ଗାପୂଜା ଭିଡିଓ ସବୁଠାରୁ ଅଧିକ ପ୍ରଶଂସା ସାଉଁଟିଛି। ଏହାଛଡା ଓଡ଼ିଶାର ବିଭିନ୍ନ ସ୍ଥାନକୁ ନେଇ ଏମାନେ ବ୍ଲଗ ଲେଖିବା ଜାରି ରଖିଛନ୍ତି। ଭୁବନେଶ୍ୱର, ପୁରୀ, କୋଣାର୍କ, ଯାଜପୁରର ବିଭିନ୍ନ ମନ୍ଦିର ସମେତ ପ୍ରସିଦ୍ଧି ଲାଭ କରିଥିବା ସ୍ଥାନଗୁଡିକର ଇତିହାସ ଏମାନେ ନିଜର ବ୍ଲଗ୍‌ରେ ଉପସ୍ଥାପନ କରୁଛନ୍ତି। ପାଠ ପଢୁଥିବା ଏହି ୩ଜଣ ଫଟୋଗ୍ରାଫି ପ୍ରେମୀ ପକେଟ୍‌ ଖର୍ଚ୍ଚରୁ ବିଭିନ୍ନ ସ୍ଥାନକୁ ଯାତ୍ରା ଖର୍ଚ୍ଚ ବହନ କରନ୍ତି ବୋଲି କହିଥିଲେ।

ଅମରେନ୍ଦ୍ର କୁମାର ଦାଶ ଓ ମମତା ଦାଶଙ୍କ ପୁଅ ଆୟୁଷ୍ମାନଙ୍କ ଘର କଟକରେ। ୨୦୧୮ ମାର୍ଚ୍ଚ ୧୧ରେ ଆୟୁଷ୍ମାନ ଏହି ଟିମ୍‌ ଗଠନ କରିଥିଲେ। ଫଟୋଗ୍ରାଫିକୁ ପସନ୍ଦ କରୁଥିବା ସାଙ୍ଗମାନଙ୍କୁ ଏକ୍‌ଜୁଟ କରି କାର୍ଯ୍ୟ ଆରମ୍ଭ କରିଥିଲେ। ଚିଲିକା, ଦାର୍ଜିଲିଂ, ମେଘାଳୟ, କଲିକତାରେ ରହି ଭିଡିଓ ଉତ୍ତୋଳନ କରିବା ଅନୁଭୂତି ସ୍ମରଣୀୟ ରହିଛି। ଭାରତର କୋଣ ଅନୁକୋଣର ସ୍ଥାନକୁ ନେଇ ଭିଡିଓ କରିବା ଓ ବ୍ଲଗ ଲେଖିବା ଆମ ଟିମ୍‌ର ମୁଖ୍ୟ ଲକ୍ଷ୍ୟ।
– ଆୟୁଷ୍ମାନ ଦାଶ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ର

୨୦୧୮ରୁ ମୁଁ ଏହି ଟିମ୍‌ରେ ରହିଛି। ପିଲାବେଳୁ ଫଟୋଗ୍ରାଫି ପ୍ରତି ମୋର ଦୁର୍ବଳତା ଥିଲା। ସୁଶାନ୍ତ କୁମାର ନାୟକ ଓ ପୁଷ୍ପଲତା ନାୟକଙ୍କ ଝିଅ ହେଉଛନ୍ତି ପ୍ରଲିପ୍ତା। ଟିମ୍‌ ସହ ବିଭିନ୍ନ ସ୍ଥାନକୁ ଯାଇ ଫଟୋ ଉତ୍ତୋଳନ କରିବାକୁ ମୋତେ ଆନନ୍ଦ ଲାଗେ।
– ପ୍ରଲିପ୍ତା ନାୟକ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରୀ

ବାସୁଦେବ ବେହେରା ଓ ମିତା ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ଏବେ ଖୋର୍ଦ୍ଧାରେ ରହୁଛନ୍ତି। ୨୦୧୯ରେ ମୁଁ ଏହି ଟିମ୍‌ରେ ଯୋଗ ଦେଇଥିଲି। ଏବେସୁଦ୍ଧା ହୋଇଥିବା ଅନେକ ଭିଡିଓରେ ମୋର ଅବଦାନ ବହୁତ ରହିଛି।
– ସୂର୍ଯ୍ୟକାନ୍ତ ବେହେରା, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ର

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri