Posted inଜାତୀୟ

ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ, ମଲ୍‌ ବନ୍ଦ

ନୂଆଦିଲ୍ଲୀ,୧୭।୩(ପି.ଟି.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ମଲ୍‌, ସିନେମା ହଲ, ପର୍ଯ୍ୟଟନ ସ୍ଥଳ ଓ ଧର୍ମାନୁଷ୍ଠାନ ଆଦିକୁ ବନ୍ଦ କରିବା ଲାଗି ଅନୁଷ୍ଠିତ ମନ୍ତ୍ରୀଗୋଷ୍ଠୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପିଲାମାନଙ୍କୁ ଘରେ ରହି ପଢ଼ିବାକୁ ପରାମର୍ଶ ଦିଆଯିବା ସହ ଅନ୍‌ଲାଇନ୍‌ ଶିକ୍ଷାର ପ୍ରସାର ପାଇଁ କୁହାଯାଇଛି। ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ସୋମବାର ୧୧୪ରେ ପହଞ୍ଚତ୍ଛି। ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସଂକ୍ରମିତଙ୍କ ମଧ୍ୟରେ ୧୭ ଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତି। ଓଡ଼ିଶାରେ ରବିବାର ପ୍ରଥମ ରୋଗୀ ଚିହ୍ନଟ ହୋଇଥିବାବେଳେ ଲଦାଖ, ଜମ୍ମୁ-କଶ୍ମୀର ଓ କେରଳରେ ନୂଆ ସଂକ୍ରମିତ ପରୀକ୍ଷାରୁ ଜଣାପଡିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରରେ ଆଉ ୪ ଜଣଙ୍କଠାରେ ଏହି ଭୂତାଣୁ ଥିବା ଜଣାପଡିବା ପରେ ସେଠାରେ ମୋଟ ରୋଗୀସଂଖ୍ୟା ୩୭ରେ ପହଞ୍ଚତ୍ଛି।
ସମସ୍ତ ପ୍ରକାର ଧର୍ମୀୟ, ପାରିବାରିକ, ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ସମାବେଶ ବନ୍ଦ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ଘୋଷଣା କରିଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୌଣସି ସ୍ଥାନରେ ୫୦ରୁ ଅଧିକ ଲୋକ ଏକାଠି ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ରାଜଧାନୀର ସବୁ ହାଟକୁ ବନ୍ଦ କରିଦିଆଯାଇଛି। ସପିଙ୍ଗ ମଲ୍‌ ଫାଟକରେ ଓ ଷ୍ଟୋରରେ ସାନିଟାଇଜର ରଖିବାକୁ କୁହାଯାଇଛି। ଶାହିନବାଗ୍‌ ଏବଂ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ବାହାରେ ଚାଲିଥିବା ସିଏଏ ବିରୋଧୀ ବିକ୍ଷୋଭକୁ ନିଷିଦ୍ଧ କରାଯାଇଛି। ସେଠାରେ ୩ ମାସରୁ ଅଧିକ ଦିନ ହେଲା ବିକ୍ଷୋଭ ଚାଲିଥିଲା। ସେହିପରି ୩୧ ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ଜିମ୍‌, ନାଇଟ କ୍ଲବ ଓ ସ୍ପା ବନ୍ଦ ରହିବ।
କରୋନା ସଂକ୍ରମଣ ମୁକାବିଲା ଦିଗରେ କୌଣସି ସୁଯୋଗ ହାତଛଡ଼ା ନ କରିବାକୁ ସରକାର ଚାହୁଁଛନ୍ତି। ଏଥିପାଇଁ ସାମୂହିକ ଉଦ୍ୟମ ଲୋଡ଼ା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସଂକ୍ରମଣ ରୋକିବା ଦିଗରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମୀମାନଙ୍କ ଉଦ୍ୟମକୁ ମୋଦି ପ୍ରଶଂସା କରିଛନ୍ତି।
ପ୍ରତିକାର ବ୍ୟବସ୍ଥା ସ୍ବରୂପ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ଭକ୍ତମାନଙ୍କ ଲାଗି ବନ୍ଦ କରିଦିଆଯାଇଛି। ସେହିପରି ମହାରାଷ୍ଟ୍ରର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥାନ ତୁଲଜାଭବାନୀ ମନ୍ଦିରକୁ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ପ୍ରସିଦ୍ଧ ଅଜନ୍ତା ଓ ଏଲୋରା ଗୁମ୍ଫା ସମେତ ବିଭିନ୍ନ ଐତିହାସିକ ସ୍ଥଳକୁ ଏପ୍ରିଲ ୭ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ସମାବେଶଠାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri