Categories: ଜାତୀୟ

ପକୁଡ଼ି ଛାଣି ବିରୋଧ ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ

ଅସାନସୋଲ,୧୦।୨: ରାଜ୍ୟରେ ବେକାରି ସମସ୍ୟା ବଢିଚାଲିଥିବା ବେଳେ ଏହାକୁ ବିରୋଧ କରି ପଶ୍ଚିମବଙ୍ଗର ଆସାନସୋଲରେ କଂଗ୍ରେସ କର୍ମୀମାନେ ଅଭିନବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏମାନେ ରାସ୍ତା କଡରେ ପକୁଡ଼ି ଛାଣିବା ସହ ପ୍ଲାକାର୍ଡ ଧରି ମଧ୍ୟ ବିରୋଧ କରିଥିଲେ। ଉକ୍ତ ପ୍ଲାକାର୍ଡରେ ଡିଗ୍ରୀ ଅଛି ହେଲେ ଚାକିରି ନାହିଁ ବୋଲି ଲେଖି ଏମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଆହୁରି ମଧ୍ୟ ଏହାକୁ ନେଇ କଂଗ୍ରେସ କର୍ମୀମାନେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କୁ ଏ ନେଇ ଦାୟୀ କରିଛନ୍ତି। ୪୫ ବର୍ଷ ଭିତରେ ଏବେ ସବୁଠାରୁ ଅଧିକ ବେକାରି ସମସ୍ୟା ଦେଖାଦେଇଥିବା ସେମାନେ ପ୍ଲାକାର୍ଡରେ ଲେଖିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ଦଳ ସବୁବେଳେ ଦେଶର ଅର୍ଥନୀତି ଓ ବେକାରି ସମସ୍ୟାକୁ ନେଇ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରି ଆସୁଛି।

Share