Categories: ବାଣିଜ୍ୟ

ପଓ୍ବନହଂସ ବିକ୍ରି ସର୍ତ୍ତ କୋହଳ

ନୂଆଦିଲ୍ଲୀ,୨୨ା୭: କେନ୍ଦ୍ର ସରକାର ହେଲିକପ୍ଟର ସେବା କମ୍ପାନୀ ପଓ୍ବନହଂସର ବିକ୍ରି ଲାଗି ସର୍ତ୍ତକୁ ଅଧିକ କୋହଳ କରିଛନ୍ତି। ଗତବର୍ଷ ସରକାର ଏହି କମ୍ପାନୀକୁ ବିକ୍ରି ଉଦ୍ୟମ କରି ବିଫଳ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ଉକ୍ତ ପଦକ୍ଷେପ ନେଇଛନ୍ତି। କର୍ମଚାରୀ ଛଟେଇ, ସମ୍ପତ୍ତି ବିକ୍ରି ଏବଂ ବକେୟା ଟିକସ ପ୍ରଦାନ ଭଳି ସର୍ତ୍ତଗୁଡ଼ିକୁ କୋହଳ କରାଯାଇଛି। ନୂଆ ସର୍ତ୍ତ ଅନୁଯାୟୀ ପଓ୍ବନହଂସକୁ କିଣୁଥିବା କମ୍ପାନୀ ଅତିକମ୍‌ରେ ଗୋଟିଏ ବର୍ଷ ସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିବେ ନାହିଁ। ପୂର୍ବରୁ ଏହା ଦୁଇବର୍ଷ ରଖାଯାଇଥିଲା। ସେହିପରି ୫୭୭ କୋଟି ଟଙ୍କାର ବକେୟା ଟିକସ ମାମଲା ପଓ୍ବନହଂସ ବିରୋଧରେ ଗଲେ ତାହା ନୂଆ କ୍ରେତା କମ୍ପାନୀ ବହନ କରିବେ ନାହିଁ।

Share