ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୫।୧୧:  ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ବିକ୍ରମ କୁମାର ମାଝିଙ୍କୁ ରାଜ୍ୟ ଖାଦ୍ୟ କମିଶନର ନିଲମ୍ବିତ କରିଛନ୍ତି। ଏଥିସହ ସହକାରୀ ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ନିଲମ୍ବନର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ନିମ୍ନମାନର ଖାଦ୍ୟ ସାମଗ୍ରୀ ଦିଆାଉଥିବାରୁ ଉଭୟଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।
ଯେ, କିଛିମାସ ହେଲା ଜିଲାରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ଦିଆଯାଉଥିବା ନେଇ ଜଣେ ବ୍ୟକ୍ତି କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଗତ ଶନିବାର ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଆସି ଏ ଦିଗରେ ତଦନ୍ତ କରିଥିଲେ। ଅଭିଯୋଗର ସତ୍ୟାସତ୍ୟ ଜଣାପଡିବା ପରେ ଯୋଗାଣ ଅଧିକାରୀ ଓ ସହକାରୀ ଯୋଗାଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ଜିଲାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କୁହନ୍ତି , ବିଭାଗ ପକ୍ଷରୁ ଦୁଇଜଣଙ୍କୁ ନିଲମ୍ବନ କରାଯାଇଥିବା ଚିଠି ତାଙ୍କର ହସ୍ତଗତ ହୋଇଛି। ଅନ୍ୟପକ୍ଷେ ନିଗମ ପକ୍ଷରୁ ମଧ୍ୟ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ଯୋଗାଣ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ୬ ଜଣ ନିଲମ୍ବିତ ହେବା ପରେ କାର୍ଯ୍ୟାଳୟରେ ର୍କମଚାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

ସାମୁଦ୍ରିକ କ୍ଷମତା ବଢ଼ାଉଛି ଚାଇନା

ବେଜିଂ,୩୦ା୧୨:ତାଇଓ୍ବାନକୁ ଚାଇନା ନିଜ ଅଞ୍ଚଳ ବୋଲି ଦାବି କରିଆସୁଥିବାବେଳେ ଏହାକୁ ନେଇ ଜାପାନ ସହ ବେଜିଂର କୂଟନୈତିକ ଉତ୍ତେଜନା ଦେଖାଦେଇଛି। ଏଭଳି ସମୟରେ ଚାଇନା ସେନା...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଭିଜିବ ନୂଆ ବର୍ଷ, ୫ ରାଜ୍ୟକୁ ଚେତାବନୀ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩୦।୧୨: ଦେଶରେ ପ୍ରବଳ ଥଣ୍ଡା ମଧ୍ୟରେ ନୂଆ ବର୍ଷ ଆସିବାକୁ ଯାଉଛି। ଏହି ସମୟରେ, ଭାରତୀୟ ପାଣିପାଗ ବିଭାଗ (IMD) ନୂତନ ବର୍ଷର ଗୋଟିଏ ଦିନ...

ଶାମ୍ବ ଦଶମୀରେ ଖୋଲିବ ଏହି ୩ ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

 ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

୮୦ ବର୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ

ଢାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ନଭେମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri