ନୟାଗଡ଼ ଜିଲାରେ ପାସ୍‌ ହାର ୭୨ ପ୍ରତିଶତ

ନୟାଗଡ଼ ଅଫିସ,୨୨।୫-ମାଟ୍ରିକ୍‌ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ନୟାଗଡ଼ ଜିଲାରେ ପାସ୍‌ ହାର ୭୧.୮୫ ପ୍ରତିଶତ ରହିଛି। ୫୨ ଜଣ ଏ-୧, ୩୯୮ ଏ-୨, ୮୨୫ ବି-୧, ୧୩୮୮ ବି-୨, ୨୦୬୦ ଜଣ ସି, ୨୮୫୭ ଡି, ୨୨୯୭ ଜଣ ଇ ଗ୍ରେଡ଼ରେ କୃତକାର୍ଯ୍ୟ ହୋଇଛନ୍ତି। ଜିଲାର ୨୩୫ ହାଇସ୍କୁଲର ୧୩,୯୦୨ ଜଣ ଛାତ୍ରୀଛାତ୍ର ଫର୍ମ ଫିଲପ୍‌ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୭୫ କେନ୍ଦ୍ରରେ ୧୩,୭୫୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ମାଲପ୍ରାକ୍ଟିସ(ଏମ୍‌ପି) ହୋଇଥିବା ବେଳେ ଅବଶିଷ୍ଟ ୧୩୭୪୭ ଜଣଙ୍କ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ୯୮୭୭ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୩୮୭୦ ଜଣ ଏଫ ଗ୍ରେଡ଼୍‌ ପାଇ ଅକୃତକାର୍ଯ୍ୟ ହୋଇଛନ୍ତି। କୃତକାର୍ଯ୍ୟ ହୋଇଥିବା ଛାତ୍ରୀଙ୍କ ସଂଖ୍ୟ ୫୦୬୩ ଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୪୮୧୪। ଚଳିତବର୍ଷ ପାସ୍‌ ହାର କମିଥିବା ବେଳେ ଏ-୧ ଗ୍ରେଡ଼ ଛାତ୍ରୀଛାତ୍ରଙ୍କ ସଂଖା ମଧ୍ୟ କମିଯାଇଛି। ଗତବର୍ଷ ଜିଲାରେ ପାସ୍‌୍‌ ହାର ୭୪ ପ୍ରତିଶତ ହୋଇଥିବା ବେଳେ ୬୦ ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ଼୍‌ ପାଇଥିଲେ। ଚଳିତ ବର୍ଷ ପାସ୍‌ ହାର ୭୨ ପ୍ରତିଶତ ରହିଥିବା ବେଳେ ୫୨ ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ଼ ପାଇଛନ୍ତି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଘରୋଇ ବିଦ୍ୟାଳୟ ବାଜିମାତ୍‌ କରିଥିବା ଜଣାପଡ଼ିଛି। ୫୨ ଜଣ ଏ-୧ ଗ୍ରେଡ୍‌ ପାଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୫ ଜଣ ପିିଲା ଘରୋଇ ବିଦ୍ୟାଳୟର ବୋଲି ଜଣାପଡ଼ିଛି।
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୨୩୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣ ଏ-୧, ୪୫ ଜଣ ଏ-୨, ୫୫ ଜଣ ବି-୧, ୫୮ ଜଣ ବି-୨, ୩୪ ଜଣ ସି , ୧୮ ଜଣ ଡି ଓ ୪ ଜଣ ଇ ଗ୍ରେଡ଼୍‌ରେ କୃତକାର୍ଯ୍ୟ ହୋଇଛନ୍ତି। ନୟାଗଡ଼ ସହରସ୍ଥିତ ବଜେନ୍ଦ୍ର ହାଇସ୍କୁଲରେ ୧୫୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୬ ଜଣ ଏ-୨, ୯ ଜଣ ବି-୧, ୮ ଜଣ ବି-୨, ୬ ଜଣ ସି, ୧୩ ଜଣ ଡି, ୬ ଜଣ ଇ ଗ୍ରେଡ଼ରେ କୃତକାର୍ଯ୍ୟ ହୋଇଛନ୍ତି। ଏନ୍‌ଏସି ହାଇସ୍କୁଲରେ ୮୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୨ ଜଣ ଏ-୨, ୩ ଜଣ ବି-୧, ୧୮ ଜଣ ବି-୨, ୨୬ ଜଣ ସି, ୨୦ ଜଣ ଡି ଓ ୭ ଜଣ ଇ ଗ୍ରେଡ଼ରେ କୃତକାର୍ଯ୍ୟ ହୋଇଛନ୍ତି।