ନୟାଗଡ଼ର ୪ ବିଧାନସଭାରେ ବିଜେଡି ଆଗୁଆ

ନୟାଗଡ ଅଫିସ,୨୩ା୫- ପ୍ରଥମ ରାଉଣ୍ଡ ଗଣତିରେ ନୟାଗଡ଼ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ନୟାଗଡ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ୮୨୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ସେହିପରି ରଣପୁରରେ ସତ୍ୟନାରାୟଣ ପ୍ରଧାନ ୩୭୪, ଦଶପଲ୍ଲାରେ ରମେଶ ଚନ୍ଦ୍ର ବେହେରା ୫୭୭ ଓ ଖଣ୍ଡପଡାରେ ସୌମ୍ୟରଞ୍ଜନ ପଟ୍ଟନାୟକ ୩୬୧୭ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।