ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଦାବି କଲା ବରିଷ୍ଠ ନାଗରିକ କଲ୍ୟାଣ ଟ୍ରଷ୍ଟ

ନୟାଗଡ଼ ଅଫିସ,୨୧।୭-ନୟାଗଡ଼ ବରିଷ୍ଠ ନାଗରିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ଦାବି କରାଯାଇଛି। ନୟାଗଡ଼ରେ ମୁଖ୍ୟ ଡାକଘର ଥିବା ସହିତ ସେଠାରେ ଆବଶ୍ୟକୀୟ ଭିତ୍ତିଭୂମି ଥିବାରୁ ପୋଷ୍ଟାଲ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ପାଇଁ ଟ୍ରଷ୍ଟ ଦାବି କରିଛି। ଟ୍ରଷ୍ଟର ସଦସ୍ୟ ସୁବାସ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ରୋଟାରୀ ଭବନଠାରେ ଆୟୋଜିତ ବୈଠକରେ ଏହି ଦାବି ଉପସ୍ଥାପନ କରାଯାଇଛି। କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ନୟାଗଡ଼ରେ ପୋଷ୍ଟାଲ ଡ଼ିଭିଜନ ସ୍ଥାପନ କରାଯିବା ପାଇଁ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ଆଗାମୀ ଦିନରେ କାର୍ଯ୍ୟ ଖସଡ଼ା କରାଯିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଲା ପ୍ରତିଷ୍ଠା ହେବାର ୨୬ ବର୍ଷ ବିତିଗଲାଣି। ଅନେକ ସରକାରୀ କାର୍ଯ୍ୟାଳୟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଯୋଗାଯୋଗ ଓ ମନ୍ତ୍ରଣାଳୟ ପକ୍ଷରୁ ପୋଷ୍ଟାଲ ଡ଼ିଭିଜନ ଖୋଲିବା ପାଇଁ ପଦକ୍ଷେପ ନିଆଯାଉନାହିଁ। ପୋଷ୍ଟାଲ ଡିଭିଜନ ନ ଥିବାରୁ ଲୋକମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ବୈଠକରେ ସୂଚନା ଦିଆଯାଇଥିଲା। ଆଗାମୀ ଦିନରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ମୁଖ୍ୟପୋଷ୍ଟ ମାଷ୍ଟର ଜେନେରାଲ, ବିଭାଗୀୟ ମନ୍ତ୍ରୀ, ଜିଲାର ୩ ଏମ୍‌ପି, ମନ୍ତ୍ରୀ ଓ ବିଧାୟକମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଟ୍ରଷ୍ଟର ସମ୍ପାଦକ ଅରୁଣ କୁମାର ମହାନ୍ତି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri