ନୟାଗଡ଼ରେ ଗୋଟିଏ ପରିବାରରୁ ୬ କରୋନା ଆକ୍ରାନ୍ତ

ନୟାଗଡ଼ ଅଫିସ,୨୨ା୬: ନୟାଗଡ଼ରେ ସୋମବାର ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଜିଲା ସଦର ମହକୁମାରୁ ୯ ଓ ନୂଆଗାଁରୁ ୪ ଅଛନ୍ତି। ନୟାଗଡ଼ ଦେବୋତ୍ତର କଲୋନୀର ଜଣେ ସୁନା ବ୍ୟବସାୟୀଙ୍କ ପରିବାରରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଜଣେ ପୋଲିସ ମଧ୍ୟ ଅନୁରୂପ ଭାବେ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ, ୨ ଦିନ ତଳେ ସୁନା ବ୍ୟବସାୟୀଙ୍କ ପରିବାରରୁ ଜଣେ ଆକ୍ରାନ୍ତ ହୋଇଥିଲେ। ଏହି ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ପରିବାର ସଦସ୍ୟଙ୍କ ସମେତ ଅନ୍ୟମାନେ ଆସିଥିଲେ। ସ୍ବାବ୍‌ ଟେଷ୍ଟ ରିପୋର୍ଟ ଆସିବା ପରେ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିବା ସିଡିଏମ୍‌ଓ ସୁଧାଂଶୁ ଶେଖର ମିଶ୍ର କହିଛନ୍ତି। ସେହିପରି ନୂଆଗାଁ ବ୍ଲକ ଗାତେରି ଓ ବେରୁହାଁବୋରି କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୨ ଜଣ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।