ନୟାଗଡ଼ରେ ଗୋଟିଏ ପରିବାରରୁ ୬ କରୋନା ଆକ୍ରାନ୍ତ

ନୟାଗଡ଼ ଅଫିସ,୨୨ା୬: ନୟାଗଡ଼ରେ ସୋମବାର ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଜିଲା ସଦର ମହକୁମାରୁ ୯ ଓ ନୂଆଗାଁରୁ ୪ ଅଛନ୍ତି। ନୟାଗଡ଼ ଦେବୋତ୍ତର କଲୋନୀର ଜଣେ ସୁନା ବ୍ୟବସାୟୀଙ୍କ ପରିବାରରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଜଣେ ପୋଲିସ ମଧ୍ୟ ଅନୁରୂପ ଭାବେ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ, ୨ ଦିନ ତଳେ ସୁନା ବ୍ୟବସାୟୀଙ୍କ ପରିବାରରୁ ଜଣେ ଆକ୍ରାନ୍ତ ହୋଇଥିଲେ। ଏହି ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ପରିବାର ସଦସ୍ୟଙ୍କ ସମେତ ଅନ୍ୟମାନେ ଆସିଥିଲେ। ସ୍ବାବ୍‌ ଟେଷ୍ଟ ରିପୋର୍ଟ ଆସିବା ପରେ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିବା ସିଡିଏମ୍‌ଓ ସୁଧାଂଶୁ ଶେଖର ମିଶ୍ର କହିଛନ୍ତି। ସେହିପରି ନୂଆଗାଁ ବ୍ଲକ ଗାତେରି ଓ ବେରୁହାଁବୋରି କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୨ ଜଣ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri