ନ୍ୟୁୟର୍କରେ ୨୭ଲକ୍ଷ ଟଙ୍କାର ଜୋତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ନିଜର କ୍ୟାନସରର ଚିକିତ୍ସା କରାଉଛନ୍ତି। ନ୍ୟୁୟର୍କରେ ଥାଇ ମଧ୍ୟ ରିଷି ନିଜ ଜୀବନର ସମସ୍ତ ଅପଡେଟ୍‌ ଟୁଇଟର ଜରିଆରେ ଫ୍ୟାନ୍ସଙ୍କୁ ଦେଇଥାନ୍ତି। ଏହାରି ଭିତରେ ସେ ଏକ ମଜାଳିଆ ଟୁଇଟ କରିଛନ୍ତି। ଏହାକୁ ନେଇ ତାଙ୍କ ଫ୍ୟାନ୍ସମାନେ ବି ମଜାଳିଆ ରିଟୁଇଟ କରିଥିବା ଦେଖିବାକୁ ମିଳିଛି। ରିଷି କପୁର ନ୍ୟୁୟର୍କର ବ୍ରାଣ୍ଡେଡ ସ୍ନିକରକୁ ଯାଇଥିଲେ। ସେଠାରେ ସେ ଅତି ଦାମିକିଆ ଜୋତାକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହାପରେ ସେ ଟୁଇଟରରେ ଫ୍ୟାନ୍ସମାନଙ୍କୁ ନିଜର ଅନୁଭୂତିକୁ ଶେୟାର କରିଥିଲେ। ପ୍ରଥମ ଟୁଇଟରେ ସେ ଏକ ଜୋତାର ଫଟୋକୁ ଶେୟାର କରି ଲେଖିଛନ୍ତି, ୧୨ହଜାରରୁ ଊର୍ଦ୍ଧ୍ୱ ଷ୍ଟାଇଲ୍‌ ଓ ମଡେଲର ସ୍ନିକର ଦେଖିଲି, ହେଲେ ସେମାନଙ୍କର ଦାମ୍‌ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲି। ଏହାପରେ ଦ୍ୱିତୀୟ ଟୁଇଟରେ ସେ ଲେଖିଛନ୍ତି, ଏହି ସ୍ନିକରକୁ ଦେଖି ଭାବୁଛି, ଜୋତା ସୁନାର ହେଉ କି ରୂପାର ଶେଷରେ ତାକୁ ଗୋଡରେ ହିଁ ପିନ୍ଧାଯାଏ। ତେବେ ରିଷିଙ୍କ ଏହି ଟୁଇଟ ପରେ ଜଣେ ଫ୍ୟାନ୍ସ ରିଟୁଇଟ କରି ଲେଖିଛନ୍ତି ଏହି ସବୁ ଜୋତା ଏଠାରେ ଥିବା ଛକରେ ୫ଶହରୁ ହଜାରେ ଭିତରେ ମିଳୁଛି। ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି , ଏତିକି ତ ମୋର ଦରମା ବି ନାହିଁ। ସୂଚନାମୁତାବକ ରିଷି ନିଜର ଚିକିତ୍ସା ସାରି କିଛି ମାସ ଭିତରେ ଭାରତକୁ ଫେରିବେ। ଏହାରି ଭିତରେ ତାଙ୍କର ଅପ୍‌ କମିଂ ଫିଲ୍ମର ଘୋଷଣା ମଧ୍ୟ ହୋଇଯାଇଛି। ଫିଲ୍ମ ‘ଝୁଠା କହିଁ କା’ରେ ସେ ନଜର ଆସିବେ। ଏହି ଫିଲ୍ମର ଫାଷ୍ଟ ପୋଷ୍ଟର ରିଲିଜ୍‌ ହୋଇଯାଇଥିବା ବେଳେ ଜୁଲାଇ ୧୯ରେ ଫିଲ୍ମ ପରଦାକୁ ଆସିବ ।

Share