ନ୍ୟୁୟର୍କରୁ ସିଡ୍‌ନୀ ୧୯ ଘଣ୍ଟା ଲଗାତର ବିମାନ ଯାତ୍ରା

ନ୍ୟୁୟର୍କ: ଘଣ୍ଟାଏ ନୁହେଁ କି ଦୁଇଘଣ୍ଟା ନୁହେଁ ଲଗାତର ୧୯ ଘଣ୍ଟା ୧୬ ମିନିଟ୍‌ର ବିମାନ ଯାତ୍ରା। ନ୍ୟୁୟର୍କରୁ ସିଡ୍‌ନୀକୁ କ୍ୱାଣ୍ଟାସ୍‌ ବିମାନ ଯାତ୍ରୀ ଏଭଳି ଦୀର୍ଘ ସମୟ ଉଡ଼ାଣ କରି ଇତିହାସ ରଚନା କରିଛନ୍ତି। ଦୀର୍ଘ ୧୬,୨୦୦ କିଲୋମିଟରର ବିମାନ ଯାତ୍ରା ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି କ୍ୱାଣ୍ଟାସ୍‌ ମୁଖ୍ୟ ଆଲାନ୍‌ ଜଏସ୍‌। ଏଭଳି ଯାତ୍ରା କରିବା ପୂର୍ବରୁ ମାନସିକ ପ୍ରସ୍ତୁତ ଓ ଅଭ୍ୟାସ କରିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି। ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନଟି ନ୍ୟୁୟର୍କର ଜନ୍‌ ଏଫ୍‌. କେନେଡି ବିମାନବନ୍ଦରରୁ ଉଡ଼ାଣ କରିଥିଲା। ଦୀର୍ଘ ଯାତ୍ରା ପରେ ଏଥିରେ ଥିବା ପ୍ରାୟ ୫୦ ଯାତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା। ଦୀର୍ଘ ଉଡ଼ାଣ ପୂର୍ବରୁ ୩ ସପ୍ତାହ ଧରି ବିମାନ ଯାତ୍ରୀଙ୍କ ବିଭିନ୍ନ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିବା ଜଏସ୍‌ ପ୍ରକାଶ କରିଛନ୍ତି। କ୍ୱାଣ୍ଟାସ୍‌ ୨୦୨୨ରୁ ନ୍ୟୁୟର୍କରୁ ସିଡ୍‌ନୀକୁ ବିମାନ ଚଳାଚଳ ଆରମ୍ଭ କରିବା ନେଇ ବିଚାର କରୁଥିବା ଜଣାପଡ଼ିଛି। ନ୍ୟୁୟର୍କରୁ ସିଡ୍‌ନୀ ପୁଣି ଏଭଳି ଦ୍ୱିତୀୟ ଦୀର୍ଘ ବିମାନଉଡ଼ାଣ କରାଯିବ ଓ ଏହା ପରେ ଲଣ୍ଡନରୁ ସିଡ୍‌ନୀକୁ ଏହି ବିମାନ ଉଡିବ ବୋଲି କ୍ୱାଣ୍ଟାସ୍‌ ପକ୍ଷରୁ କୁହାଯାଇଛି। ଏହା ସମ୍ଭବ ହୋଇପାରିଲେ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହା ବେଶ୍‌ ସଫଳତା ଆଣିପାରିବ ବୋଲି ସିଡ୍‌ନୀ ବିଜ୍‌ନେସ୍‌ ଚାମ୍ବର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାଥେରିନ୍‌ ଓରେଗାନ୍‌ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ସବୁଠାରୁ ବଡ଼ ନ୍ୟୁଜ ନେଟୱାର୍କ, CNN ର ଭବିଷ୍ୟତ କ’ଣ ହେବ? ଟ୍ରମ୍ପଙ୍କ ଚାପ ପରେ ଉଠିଲାଣି ପ୍ରଶ୍ନ

ଓ୍ବାଶିଂଟନ,୧୮।୧୨: CNN ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛି, ଏହାର ମୂଳ କମ୍ପାନୀ, ୱାର୍ନର ବ୍ରଦର୍ସ ଡିସ୍କଭରୀ (WBD), ଏକ ସମ୍ଭାବ୍ୟ ଅଧିଗ୍ରହଣର ସମ୍ମୁଖୀନ ହେଉଛି।...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri