ନ୍ୟୁୟର୍କରୁ ସିଡ୍‌ନୀ ୧୯ ଘଣ୍ଟା ଲଗାତର ବିମାନ ଯାତ୍ରା

ନ୍ୟୁୟର୍କ: ଘଣ୍ଟାଏ ନୁହେଁ କି ଦୁଇଘଣ୍ଟା ନୁହେଁ ଲଗାତର ୧୯ ଘଣ୍ଟା ୧୬ ମିନିଟ୍‌ର ବିମାନ ଯାତ୍ରା। ନ୍ୟୁୟର୍କରୁ ସିଡ୍‌ନୀକୁ କ୍ୱାଣ୍ଟାସ୍‌ ବିମାନ ଯାତ୍ରୀ ଏଭଳି ଦୀର୍ଘ ସମୟ ଉଡ଼ାଣ କରି ଇତିହାସ ରଚନା କରିଛନ୍ତି। ଦୀର୍ଘ ୧୬,୨୦୦ କିଲୋମିଟରର ବିମାନ ଯାତ୍ରା ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି କ୍ୱାଣ୍ଟାସ୍‌ ମୁଖ୍ୟ ଆଲାନ୍‌ ଜଏସ୍‌। ଏଭଳି ଯାତ୍ରା କରିବା ପୂର୍ବରୁ ମାନସିକ ପ୍ରସ୍ତୁତ ଓ ଅଭ୍ୟାସ କରିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି। ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନଟି ନ୍ୟୁୟର୍କର ଜନ୍‌ ଏଫ୍‌. କେନେଡି ବିମାନବନ୍ଦରରୁ ଉଡ଼ାଣ କରିଥିଲା। ଦୀର୍ଘ ଯାତ୍ରା ପରେ ଏଥିରେ ଥିବା ପ୍ରାୟ ୫୦ ଯାତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା। ଦୀର୍ଘ ଉଡ଼ାଣ ପୂର୍ବରୁ ୩ ସପ୍ତାହ ଧରି ବିମାନ ଯାତ୍ରୀଙ୍କ ବିଭିନ୍ନ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିବା ଜଏସ୍‌ ପ୍ରକାଶ କରିଛନ୍ତି। କ୍ୱାଣ୍ଟାସ୍‌ ୨୦୨୨ରୁ ନ୍ୟୁୟର୍କରୁ ସିଡ୍‌ନୀକୁ ବିମାନ ଚଳାଚଳ ଆରମ୍ଭ କରିବା ନେଇ ବିଚାର କରୁଥିବା ଜଣାପଡ଼ିଛି। ନ୍ୟୁୟର୍କରୁ ସିଡ୍‌ନୀ ପୁଣି ଏଭଳି ଦ୍ୱିତୀୟ ଦୀର୍ଘ ବିମାନଉଡ଼ାଣ କରାଯିବ ଓ ଏହା ପରେ ଲଣ୍ଡନରୁ ସିଡ୍‌ନୀକୁ ଏହି ବିମାନ ଉଡିବ ବୋଲି କ୍ୱାଣ୍ଟାସ୍‌ ପକ୍ଷରୁ କୁହାଯାଇଛି। ଏହା ସମ୍ଭବ ହୋଇପାରିଲେ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହା ବେଶ୍‌ ସଫଳତା ଆଣିପାରିବ ବୋଲି ସିଡ୍‌ନୀ ବିଜ୍‌ନେସ୍‌ ଚାମ୍ବର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାଥେରିନ୍‌ ଓରେଗାନ୍‌ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri