Posted inଖେଳ

ନ୍ୟୁଜିଲାଣ୍ଡ ଟୁର୍‌ ପାଇଁ ଭାରତ ଏ’ ଦଳରେ ପୃଥ୍ବୀ ଶ’

ନୂଆଦିଲ୍ଲୀ, ୨୪ା୧୨(ପି.ଟି.)- ଭାରତ ଏ’ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଟୁର୍‌ରେ ଯିବ। ଏଥିରେ ଫର୍ମରେ ଥିବା ପୃଥ୍ବୀ ଶ’ଙ୍କୁ ଦଳରେ ସ୍ଥାନ ମିଳିଛି। ଡୋପିଂ ପାଇଁ ୮ ମାସ ବାସନ୍ଦ ଦଣ୍ଡ ଭୋଗିବା ପରେ ପ୍ରତ୍ୟାବର୍ତ୍ତନ କରି ଶ’ ମୁମ୍ବାଇ ଦଳର ବରୋଦା ବିପକ୍ଷ ଓପନିଂ ରଣଜୀ ଟ୍ରଫି ମ୍ୟାଚରେ ଏହି ଯୁବ ଖେଳାଳି ଏକ ଦର୍ଶନୀୟ ଦ୍ୱିଶତକ ହାସଲ କରିଛନ୍ତି। ଭାରତୀୟ ଟେଷ୍ଟ ଦଳର ଓପନିଂ ଯୋଡ଼ି ଭାବେ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲଙ୍କ ପ୍ରଦର୍ଶନ ଯଦିଓ ଭଲ ରହିଛି, ୨୦ବର୍ଷୀୟ ଶ’ଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ରିଜର୍ଭ ଓପନର ଭାବେ ନିଆଯାଇପାରେ। ଶ’ଙ୍କୁ ଯଥାସମ୍ଭବ ଅଧିକାରୁ ଅଧିକ ଗେମ୍‌ ଖେଳାଇବାର ବ୍ୟବସ୍ଥା କରାଯାଉଥିବା ସିଲେକ୍ସନ କମିଟି ଚେୟାରମ୍ୟାନ ଏମ୍‌ଏସ୍‌କେ. ପ୍ରସାଦ ପ୍ରକାଶ କରିଛନ୍ତି। ଗତବର୍ଷ ଶ’ଙ୍କ ଟେଷ୍ଟ ପଦାର୍ପଣ ସ୍ମରଣୀୟ ଥିଲା। ରାଜକୋଟ୍‌ଠାରେ ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଶତକ ହାସଲ କରିଥିଲେ।
ନ୍ୟୁଜିଲାଣ୍ଡରେ ପ୍ରଥମଶ୍ରେଣୀ ଗେମ୍‌ରେ ହନୁମା ବିହାରୀ ଏବଂ ୫୦ ଓଭର ଫର୍ମାଟ ପାଇଁ ଅଧିନାୟକ ମନୋନୀତ କରାଯାଇଛି। ଭାରତ ସିନିୟର ଦଳ ନ୍ୟୁଜିଲାଣ୍ଡରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ମ୍ୟାଚ ଓ୍ବେଲ୍‌ିଂଟନଠାରେ ଫେବୃୟାରୀ ୨ରୁ ଏବଂ ଦ୍ୱିତୀୟ ମ୍ୟାଚ କ୍ରିଷ୍ଟଚର୍ଚ୍ଚଠାରେ ଫେବୃୟାରୀ ୨୯ରୁ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆର. ଅଶ୍ୱିନ, ଅଜିଙ୍କ୍ୟ ରାହାନେ, ଉମେଶ ଯାଦବ, ମୟଙ୍କ ଅଗ୍ରଓ୍ବାଲ ଏବଂ ଈଶାନ୍ତ ଶର୍ମାଙ୍କ ଭଳି ଟେଷ୍ଟ ସ୍ପେଶାଲିଷ୍ଟ ଏହି ଦେଶରେ ଅଭ୍ୟାସ ପାଇଁ ସୁଯୋଗ ପାଇବେ। ସେମାନେ ଭାରତ ଏ’ର ଦ୍ୱିତୀୟ ମ୍ୟାଚରେ ସୁଯୋଗ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri