Posted inଖେଳ

ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା : ପାଣ୍ଡ୍ୟା ଫେରିବା ସମ୍ଭାବନା

ମୁମ୍ବାଇ,୧୨।୧(ପି.ଟି.)- ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ରବିବାର ଭାରତୀୟ ଦଳ ଘୋଷଣା ହେବ। ୬ ସପ୍ତାହ ଧରି ଚାଲୁରହିବାକୁ ଥିବା ଏହି ଗସ୍ତରେ ଭାରତ ଓ ନ୍ୟୁଜିଲାଣ୍ଡ ୫ ଟି୨୦, ୩ଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ସୀମିତ ଓଭର ପାଇଁ ଘୋଷଣା ହେବାକୁ ଥିବା ଦଳକୁ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟାବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୪ ତାରିଖରୁ ଏହି ଗସ୍ତ ଆରମ୍ଭ ହେବ। ନ୍ୟୁଜିଲାଣ୍ଡରେ ଧଳା ବଲ୍‌ରେ ଭାରତ ୮ଟି ମ୍ୟାଚ୍‌ ଖେଳିବ । ତେଣୁ ୧୫ ବଦଳରେ ଭାରତ ୧୬ କିମ୍ବା ୧୭ ଜଣିଆ ଦଳ ଘୋଷଣା କରିବା ଯଥେଷ୍ଟ ସମ୍ଭାବନା ରହିଛି। ସିନିୟର ଦଳ ସହିତ ଭାରତ ଏ ଦଳ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଫଳରେ ପରିସ୍ଥିତି ଅନୁଯାୟୀ ଯଦି ଆବଶ୍ୟକ ପଡେ ଚୟନକର୍ତ୍ତାଙ୍କୁ ଏକାଧିକ ବିକଳ୍ପ ମିଳିପାରିବ।
ଆଗକୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ କ୍ରିକେଟର ଏହି ସବୁଠାରୁ ଛୋଟ ଫର୍ମାଟ ପାଇଁ ଦଳ ଚୟନ ଉପରେ ମନୋନିବେଶ କରିବେ। ସଦ୍ୟ ସମାପ୍ତ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଭାରତ ୨-୦ରେ ବିଜୟୀ ହୋଇ ଭଲ ପ୍ରଦର୍ଶନ କରିଥିଲା। ପାଣ୍ଡ୍ୟା ଏବେ ଭାରତ ଏ ଦଳ ସହିତ ନ୍ୟୁଜିଲାଣ୍ଡରେ ରହିଛନ୍ତି ଓ ଦଳକୁ ଫେରିବା ଯଥେଷ୍ଟ ସମ୍ଭାବନା ରହିଛି। ତେବେ ତାଙ୍କୁ ଏହାପୂର୍ବରୁ କେତୋଟି ନ୍ୟୁଜିଲାଣ୍ଡ ବିପକ୍ଷ ଲିଷ୍ଟ ଏ ମ୍ୟାଚ୍‌ ଖେଳି ଫିଟ୍‌ନେସର ପ୍ରମାଣ ଦେବାକୁ ହେବ। ଏହାକୁ ବାଦ୍‌ ଦେଲେ ସେ ଦୁଇଟି ଓ୍ବାର୍ମ- ଅପ୍‌ ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳିବା କାର୍ଯ୍ୟକ୍ରମ ରହିଛି।
ଆସନ୍ତା ୨୬ ତାରିଖ ପୂର୍ବରୁ ଭାରତ ଏ’ ୩ଟି ଲିଷ୍ଟ ଏ ମ୍ୟାଚ୍‌ ଖେଳିସାରିଥିବ। ପିଠିରେ ଅସ୍ତ୍ରୋପଚାର କରାଇଥିବା ପାଣ୍ଡ୍ୟା ୨୯ ତାରିଖରେ ଖେଳାଯିବାକୁ ଥିବା ତୃତୀୟ ଟି୨୦ରେ ଦଳରେ ସାମିଲ ହେବା ଯଥେଷ୍ଟ ସମ୍ଭାବନା ରହିଛି। ପାଣ୍ଡ୍ୟା ଟି୨୦ ଫର୍ମାଟ ପାଇଁ ଭାରତୀୟ ରଣନୀତିର ଏକ ଅଂଶ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ କହିଛନ୍ତି। ଟି୨୦ ପରେ ଦିନିକିଆ ଦଳ ମଧ୍ୟ ଘୋଷଣା ହେବ ଓ ଏହା ଟି୨୦ ଦଳର ଏକ ସମ୍ପ୍ରସାରିତ ଅଂଶ ହେବ ବୋଲି ଆଶା କରାଯାଉଛି।
ଦିନିକିଆ ଦଳରେ କେଦାର ଯାଦବଙ୍କ ସ୍ଥାନ ବିପଦରେ ଅଛି ବୋଲି କୁହାଯାଇପାରେ। ନ୍ୟୁଜିଲାଣ୍ଡରେ କେଦାରଙ୍କ ଟେକ୍‌ନିକର ଦୁର୍ବଳତା ପଦାରେ ପଡିଯିବ। ଗତକିଛିଦିନ ହେବ ମଧ୍ୟ ତାଙ୍କ ବୋଲିଂ ଆଶାନୁରୂପ ହୋଇପାରିନାହିଁ। ଟେକ୍‌ନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅଜିଙ୍କ୍ୟ ରାହାନେ ଦଳକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ବିସ୍ଫୋରକ ପାଓ୍ବାର ହିଟିଂ ବ୍ୟାଟ୍ସମ୍ୟାନ ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ ୫ କିମ୍ବା ୬ ନମ୍ବରରେ ଦିନିକିଆ ଦଳରେ ସ୍ଥାନ ପାଇବାର ସମ୍ଭାବନା ସୃଷ୍ଟି କରିଛନ୍ତି। ସୂର୍ଯ୍ୟ ଓ ସଞ୍ଜୁ ସାମସନ ଭାରତ ଏ ଦଳରେ ସ୍ଥାନ ପାଇଛନ୍ତି।
ଅପରପକ୍ଷରେ ଟେଷ୍ଟ ଦଳରେ ସେଭଳି ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି ଆଶା କରାଯାଉ ନାହିଁ। ତେବେ ତୃତୀୟ ଓପନର ବିକଳ୍ପ ନେଇ ଚୟନକର୍ତ୍ତା ଆଲୋଚନା କରିବେ। ଟପ୍‌ ଫର୍ମରେ ଥିବା ଲୋକେଶ ରାହୁଲ ଓ ଯୁବ ଓପନର ଶୁବମନ ଗିଲ୍‌ ଏହି ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଜଣେ ପଞ୍ଚମ ଦ୍ରୁତ ବୋଲର ବଦଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଜଣେ ତୃତୀୟ ସ୍ପିନରଙ୍କୁ ଆବଶ୍ୟକ ପଡିଲେ ଦଳରେ ସାମିଲ କରାଯାଇପାରେ। ଯଶପ୍ରୀତ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି ଓ ଇଶାନ୍ତ ଶର୍ମାଙ୍କୁ ଏହି ତୃତୀୟ ସ୍ପିନର ସହଯୋଗ କରିବେ। ଯଦି ଫିଟ୍‌ନେସ ସମସ୍ୟା ନ ଥାଏ ବାକି ଖେଳାଳିମାନେ ସିଧାସଳଖ ଦଳରେ ସ୍ଥାନ ହାସଲ କରିବେ ଓ ଏଥିରେ କୌଣସି ସମସ୍ୟା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri