ସରକାରଙ୍କ ସାମ୍ନାରେ ୬ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨-୧: ଏବେ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ ଦ୍ୱାରା ସାଧାରଣ ଲୋକଙ୍କଠାରୁ ବଜେଟ ନେଇ ମତାମତ ମାଗିଛନ୍ତି। ପ୍ରଧାନମନ୍ତ୍ରୀ ଅର୍ଥନୀତିଜ୍ଞ ଏବଂ ଶିଳ୍ପ କ୍ୟାପଟେନଙ୍କୁ ମଧ୍ୟ ଭେଟିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆର୍ଥତ୍କ ବିଶେଷଜ୍ଞ ଏବଂ ବ୍ୟାଙ୍କରଙ୍କ ସହ ଲଗାତର ଭାବେ ଆଲୋଚନା ଜାରି ରଖିଛନ୍ତି। ଆର୍ଥତ୍କ ମାନ୍ଦାବସ୍ଥା ଯୋଗୁ ଏବେ ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ରାଜକୋଷ ଖାଲି ହେଉଥିବାରୁ ସରକାର ଏହାକୁ ନେଇ ଚିନ୍ତାରେ ଅଛନ୍ତି। ରିଜର୍ଭ ବ୍ୟାଙ୍କଠାରୁ ୪୫ ହଜାର କୋଟି ଟଙ୍କା ଅନ୍ତରୀଣ ଲାଭାଂଶ ସରକାର ଆଶା ରଖିଥିବା ଶୁକ୍ରବାର ୨ ସରକାରୀ ଅଧିକାରୀ କହିଛନ୍ତି। ଏବେ ବେରୋଜଗାରୀ ହାର ସର୍ବୋଚ୍ଚ ସ୍ତରରେ ରହିଛି। ଏଭଳି ସ୍ଥଳେ ଆଗାମୀ ସାଧାରଣ ବଜେଟ ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।
୨୦୧୯-୨୦ର ସାଧାରଣ ବଜେଟ ଘୋଷଣା ପରେ ଅର୍ଥମନ୍ତ୍ରୀ ସୀତାରାମନ ଶିଳ୍ପଜଗତର ଦାବିକୁ ମାନିବା ସହ କର୍ପୋରେଟ ଟିକସ ହାର ୩୦%ରୁ ୨୨%କୁ କମାଇଦେଲେ। ଏହା ଦ୍ୱାରା ରାଜକୋଷ ଉପରେ ପ୍ରତିବର୍ଷ ୧.୫ ଲକ୍ଷ କୋଟି ଟଙ୍କାର ବୋଝ ପଡିବ। ଏଣୁ ଆଗାମୀ ବଜେଟରେ କର୍ପୋରେଟ ଟିକସ କ୍ଷେତ୍ରରେ ସରକାର କି ପ୍ରକାରର କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଏହାକୁ ଦେଖିଲେ ବଜେଟ ସରକାରଙ୍କ ଲାଗି ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି। ସେହିଭଳି ଅତିଧନୀଙ୍କ ଉପରେ ଟିକସ ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ମାତ୍ର ପରେ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରି ନେଇଛନ୍ତି। ବିଦେଶୀ ନିବେଶକ ଶେୟାର ବଜାରର ମୁଁହ ଫେରାଇବା ଆରମ୍ଭ କରିବାରୁ ସରକାର ଏହାକୁ ଦେଖି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଚାହିଁଲେ। ଏହି ନିଷ୍ପତ୍ତି ଦ୍ୱାରା ବିଦେଶୀ ନିବେଶକମାନେ ପୁଞ୍ଜି ବଜାରରୁ ନିବେଶ କରିଥିବା ସେମାନଙ୍କ ଅର୍ଥ ପ୍ରତ୍ୟାହାର କରି ନେଉଥିଲେ। ଏହାବାଦ ରାଜକୋଷକୁ ଏଥିରୁ ଆସିଥିବା ଅର୍ଥ ମଧ୍ୟ ହ୍ରାସ ହେବାର ସମ୍ଭାବନା ରହିଥିବାରୁ ସରକାର ଅତିଧନୀଙ୍କ ଉପରେ ଲାଗୁ ହେଉଥିବା ଟିକସ ନିଷ୍ପତ୍ତି ପ୍ରତ୍ୟାହାର କରି ନେଲେ।
ଷ୍ଟାର୍ଟଅପଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ଆଞ୍ଜେଲ ଟିକସକୁ ପ୍ରତ୍ୟାହାର କରାଯାଇଛି। ଏହାର ସୁବିଧା ନେବା ଲାଗି ଷ୍ଟାର୍ଟଅପଗୁଡିକୁ ଡିପିଆଇଆଇଟିରେ ପଞ୍ଜୀକରଣ କରିବାର ଆବଶ୍ୟକତା ରହିଛି। ଅପରପକ୍ଷରେ ସରକାର ସାମଗ୍ରୀ ଓ ସେବା ଟିକସରୁ ଯେତେ ପରିମାଣର ରାଜସ୍ବ ଆଶା ରଖିଥିଲେ ତାହା ହାସଲ କରିବା ଏବେ କଷ୍ଟକର ହେଉଛି। କର୍ପୋରେଟ ଟିକସ ହ୍ରାସ ପରେ ରାଜସ୍ବ ଅନେକ ମାତ୍ରାରେ କମିଛି। ସରକାର ମାସିକ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରାଜସ୍ବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯାହା ପ୍ରତି ମାସରେ ଆଦାୟ କରିବା କଷ୍ଟକର ହେଉଛି। ଏଭଳି ବିଭିନ୍ନ କାରଣ ପାଇଁ ବିତ୍ତୀୟ ନିଅଣ୍ଟ ବଢି ଯାଇଛି। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ପ୍ରୟାସ କରିଥିଲେ ମଧ୍ୟ ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟ ଟପି ଚାଲିଛି। ଆଗାମୀ ବଜେଟରେ ଏହାକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବା ଏକ ଚ୍ୟାଲେଞ୍ଜ।
ଚଳିତ ଆର୍ଥତ୍କ ବର୍ଷରେ ସରକାର ୧୯.୬ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ନେଇ ଲକ୍ଷ୍ୟ ରଖିଛନ୍ତି। ରାଜକୋଷ ଖାଲି ହେଉ ଥିବାରୁ ଏବେ ପାଣ୍ଠି ମିଳିବା କଷ୍ଟକର ହୋଇ ପଡୁଛି। ଏହାକୁ ଧ୍ୟାନରେ ରଖି ରିଜର୍ଭ ବ୍ୟାଙ୍କଠାରୁ ୪୫ ଟଙ୍କା ହଜାର କୋଟି ପାଇବା ଲାଗି ସରକାର ପୁଣି ଆଶା ରଖୁଛନ୍ତି। ସୂଚନାଯୋଗ୍ୟ ସରକାର ରିଜର୍ଭ ବ୍ୟାଙ୍କର ଅତିରିକ୍ତ ପୁଞ୍ଜି ମଧ୍ୟରୁ ୧.୭୬ ଲକ୍ଷ କୋଟି ପାଇବା ନେଇ ଚୂଡାନ୍ତ କରାଯାଇଛି। ପରିଶେଷରେ କହିବାକୁ ଗଲେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥାର ସମସ୍ୟାକୁ ଦୂର କରିବା ଏକ ବଡ ଚ୍ୟାଲେଞ୍ଜ। ଚାହିଦା କମିବା ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଆସିବାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଚାହିଦାକୁ ବଢାଇବା ଦିଗରେ ସରକାର ନିଜର ସମସ୍ତ ଉଦ୍ୟମ କରିବା ଆବଶ୍ୟକ ବୋଲି ବଜାର ବିଶେଷଜ୍ଞ କୁହନ୍ତି। ଲୋକଙ୍କ ନିକଟକୁ ଅଧିକ ପୁଞ୍ଜି ପ୍ରଦାନ ନେଇ ପ୍ରୟାସ ହେଉଥିଲେ ମଧ୍ୟ ଏହା ଏତେଟା ସଫଳ ହୋଇନାହିଁ। ଟିକସ ସ୍ଲାବ୍‌ ହ୍ରାସ ଏବଂ ପରିବର୍ତ୍ତନ ସରକାର କରିପାରନ୍ତି ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri