Posted inଖେଳ

ନ୍ୟୁଜିଲାଣ୍ଡ ଗସ୍ତରେ ଭାରତର ପ୍ରଥମ ପରାଜୟ

ହାମିଲଟନ, ୫।୨(ପି.ଟି.): ଟି୨୦ ସିରିଜ୍‌ରେ ୫-୦ରେ ବିଜୟୀ ହୋଇ କ୍ଲିନ୍‌ ସୁଇପ୍‌ କରିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତ ଦିନିକିଆ ସିରିଜରେ କିନ୍ତୁ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଭିଜ୍ଞ ରସ୍‌ ଟେଲରଙ୍କ ଅପରାଜିତ ଶତକ ସହାୟତାରେ ଭ୍ରମଣକାରୀ ଭାରତକୁ ୧୧ଟି ବଲ୍‌ ବାକି ରଖି ୪ ଉଇକେଟରେ ପରାସ୍ତ କରିଛି। ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ଉଇକେଟ ହରାଇ ୩୪୭ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୮.୧ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ୮୪ଟି ବଲ୍‌ ଖେଳି ୧୦ ଚୌକା ଓ ୪ ଛକା ସହ ୧୦୯ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଟେଲର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ଶନିବାର ଅକ୍‌ଲାଣ୍ଡରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ।
୩୪୮ ରନ କଷ୍ଟସାଧ୍ୟ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ଅତି ସହଜରେ ବିଜୟୀ ହୋଇଥିଲା। ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ ହେନେରୀ ନିକୋଲ୍ସ ପ୍ରଥମ ଉଇକେଟରେ ୮୫ ରନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ଟେଲରଙ୍କ ଶତକକୁ ବାଦ୍‌ ଦେଲେ ନିକୋଲ୍ସ ୮୨ ବଲରୁ ୧୧ ଚୌକା ସହ ୭୮ ରନ କରି ରନ୍‌ ଆଉଟ ହୋଇଥିଲେ। ସେହିପରି ଅଧିନାୟକ ତଥା ଉଇକେଟକିପର ଟମ୍‌ ଲଥାମ ୬୯ (୪୮ ବଲ, ୮ ଚୌକା, ୨ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ଫର୍ମରେ ନ ଥିବା ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ୩୨ ରନ ସଂଗ୍ରହ କରିଥିଲେ। ମିଚେଲ ସାଣ୍ଟରନ ୧୨ ରନ କରି ଅପରାଜିତ ରହିଥିଲେ। ଚତୁର୍ଥ ଉଇକେଟରେ ଟେଲର ଓ ଲଥାମ ୮୦ ବଲରୁ ୧୩୮ ରନ କରି ଦଳର ବିଜୟ ପଥକୁ ସହଜ କରିଥିଲେ। ଭାରତୀୟ ବୋଲରଙ୍କ ପ୍ରଭାବହୀନ ବୋଲିଂର ଫାଇଦା ଉଠାଇ ଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ। ଦଳ ତରଫରୁ କୁଲଦୀପ ଯାଦବ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୨, ମହମ୍ମଦ ସାମି ଓ ଶାର୍ଦ୍ଦୂଳ ଠାକୁର ଗୋଟିଏ ଲେକାଏ ଉଇକେଟ ହାସଲ କରିଥିଲେ।
ଆୟାରଙ୍କ ଶତକ ନିଷ୍ଫଳ
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବ ଭାରତ ତରଫରୁ ଆୟାର ୧୦୭ଟି ବଲର ସମ୍ମୁଖୀନ ହୋଇ ୧୧ ଚୌକା ଓ ୧ ଛକା ସହ ସର୍ବାଧିକ ୧୦୩ ରନର ଶତକୀୟ ପାଳି ଖେଳିଥିଲେ ମଧ୍ୟ ଶେଷରେ ଏହା ନିଷ୍ଫଳ ସାବ୍ୟସ୍ତ ହୋଇଥିଲା। ସେହିପରି ଇନ୍‌ଫର୍ମ ଲୋକଶେ ରାହୁଲ ୬୪ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୬ ଛକା ସହିତ ୮୮ ରନକରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। କେଦାର ଯାଦବ ୧୫ ବଲରୁ ୩ ଚୌକା ଓ ୧ ଛକା ସହ ଅପରାଜିତ ୧୫ ରନ ସଂଗ୍ରହ କରିଥିଲେ। ପଦାର୍ପଣ କରିଥିବା ଦୁଇ ଓପନର ପୃଥ୍ବୀ ଶ ଓ ମୟଙ୍କ ଅଗ୍ରଓ୍ବାଲ ୪୮ ବଲରୁ ୫୦ ରନକରି ଭଲ ଆରମ୍ଭ କରିଥିଲେ ମଧ୍ୟ ବେଶି ସମୟ ତିଷ୍ଠି ପାରି ନ ଥିଲେ। ପୃଥ୍ବୀ ୨୦ ଓ ମୟଙ୍କ ୩୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ କୋହଲି ୬ ଚୌକା ସହ ୫୧ ରନର ଶତକୀୟ ପାଳି ଖେଳି ଇଶ୍‌ ସୋଧୀଙ୍କ ବଲ୍‌ ଚକ୍‌ମା ଖାଇ ବୋଲ୍ଡ ହୋଇଥିଲେ। ଚତୁର୍ଥ ଉଇକେଟରେ ରାହୁଲ ଓ ଆୟାର ୧୦୧ ବଲରୁ ୧୩୬ ରନ ଓ ଏହାପୂର୍ବରୁ ତୃତୀୟ ଉଇକେଟରେ କୋହଲି ଓ ଆୟାର ଗୁରୁତ୍ୱପୂର୍ଣ୍ଣ ୧୦୨ ରନ ସଂଗ୍ରହ କରିଥିଲେ। ସେହିପରି ପଞ୍ଚମ ଉଇକେଟରେ କେଦାର ଓ ରାହୁଲ ୨୭ ବଲରୁ ଦ୍ରୁତ ତଥା ଅପରାଜିତ ୫୫ ରନକରି ଦଳର ସ୍କୋରକୁ ସାଢେ ତିନିଶ ନିକଟରେ ପହଞ୍ଚାଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଅଭିଜ୍ଞ ଟିମ୍‌ ସୌଦି ୨, କଲିନ୍‌ ଡି ଗ୍ରାଣ୍ଡହୋମ ଓ ସୋଧି ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri