Categories: ଖେଳ

ନ୍ୟୁଜିଲାଣ୍ଡ କ୍ରୀଡ଼ାମନ୍ତ୍ରୀଙ୍କ ଟୁଇଟ୍‌କୁ ନେଇ ଚର୍ଚ୍ଚା: ସୁପର ଓଭର ବ୍ୟାନ୍‌ ପାଇଁ ଆସିବ ବିଲ୍‌

ହାମିଲଟନ,୩୦।୧: ହାମିଲଟନର ଶେଡନ ପାର୍କରେ ଟିମ ଇଣ୍ଡିଆ ସୁପର୍‌ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତି ଇତିହାସ ରଚିଛି। ସୁପର୍‌ ଓଭରରେ ନ୍ୟୁଜିଲାଣ୍ଡ ପରାସ୍ତ ହେବା ପରେ ଦେଶର କ୍ରୀଡ଼ା ମନ୍ତ୍ରୀ ଗ୍ରାଣ୍ଟ ରବର୍ଟସନ ଏକ ମଜାଳିଆ ଟୁଇଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ମାନସିକ ସ୍ବାସ୍ଥ୍ୟ ଏବଂ ସୁପର୍‌ ଓଭର୍‌ ବ୍ୟାନ ପାଇଁ ତୁରନ୍ତ ଏକ ବିଲ୍‌ ଲାଗୁ କରାଯିବ ବୋଲି ଟୁଇଟ୍‌ କରିଛନ୍ତି। ଟୁଇଟରେ ମଧ୍ୟ ରବର୍ଟସନ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନଙ୍କ ଇନିଂସକୁ ଖୁବ୍‌ ପ୍ରଶଂସା କରିଛନ୍ତି। ରବର୍ଟସନଙ୍କ ଟୁଇଟ ଏବେ ଭାଇରାଲ ହେବାରେ ଲାଗିଛି। ବାରମ୍ବାର ସୁପର ଓଭରରେ ଦଳ ପରାସ୍ତ ହେଉଥିବା କ୍ରୀଡ଼ା ମନ୍ତ୍ରୀ ଏଭଳି ଟୁଇଟ କରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଟାଇ ମ୍ୟାଚରେ ନ୍ୟୁଜିଲାଣ୍ଡର ରେକର୍ଡ ଆଦୌ ଭଲ ନୁହେଁ। ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳି ୭ରେ ପରାଜୟର ସାମ୍ନା କରିଛି।

Share