Categories: ଖେଳ

ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ

ହାମିଲଟନ,୨୯।୧- ଏଠାରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୭୯ ରନ୍‌ କରିଛି। ଦଳକୁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ। ଦୁହେଁ ପ୍ରଥମ ଉଇକେଟ ପାଇଁ ୯ ଓଭରରେ ୮୯ ରନ୍‌ କରିଥିଲେ। ଦଳ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ହରାଇଥିଲା। ରାହୁଲ ୨୭ ରନ୍‌ କରି ଆଉଟ୍‌ ହେବା ପରେ ଅର୍ଦ୍ଧଶତକ ପୂରଣ କରିସାରିଥିବା ରୋହିତ ୬୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ପରେ ଶିବମ ଦୁବେ (୩) କିଛି ଖାସ୍‌ କରିପାରି ନ ଥିଲେ। ମଧ୍ୟକ୍ରମରେ ଶ୍ରେୟାସ ଆୟାର ୧୭, ଅଧିନାୟକ ବିରାଟ କୋହଲି ୩୮, ମନୀଷ ପାଣ୍ଡେ ୧୪ ଓ ରବୀନ୍ଦ୍ର ଜାଡେଜା ୧୦ ରନ୍‌ କରିଥିଲେ।

Share