Categories: ଖେଳ

ନ୍ୟୁଜିଲାଣ୍ଡର ରୋମାଞ୍ଚକ ବିଜୟ

ମାଞ୍ଚେଷ୍ଟର, ୨୩ା୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅଧିତ୍ନାୟକ କେନ୍‌ ଓ୍ବିଲିୟମସନଙ୍କ କ୍ୟାରିୟର ଶ୍ରେଷ୍ଠ ୧୪୮ ରନ ସହାୟତାରେ ନ୍ୟୁଜିଲାଣ୍ଡ ୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ଏହି ରୋମାଞ୍ଚକ ମ୍ୟାଚରେ କାର୍ଲୋସ ବ୍ରାଥଓ୍ବେଟଙ୍କ ଆକର୍ଷଣୀୟ ୧୦୧ ରନ ସତ୍ତ୍ୱେ ୨୯୨ରନର ବିଜୟ ଲକ୍ଷ୍ୟକୁ ପିଛା କରି ଓ୍ବେଷ୍ଟଇଣ୍ଡିଜ ୪୯ ଓଭରରେ ୨୮୬ ରନ କରିଥିଲା। ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ କ୍ରିସ୍‌ ଗେଲ୍‌ ୮୭ରନ ଓ ସିମରନ ହେଟମେର ୫୪ ରନ କରିଥିଲେ। ଶନିବାର ଏହିି ବିଜୟ ଦ୍ୱାରା ନ୍ୟୁଜିଲାଣ୍ଡ ୧୧ପଏଣ୍ଟ ସହ ଅଷ୍ଟ୍ରେଲିଆକୁ ହଟାଇ ଟେବୁଲରେ ଶୀର୍ଷକୁ ଉଠିଛି। ପୂର୍ବରୁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୨୯୧ ରନ କରିଥିଲା। ଓ୍ବିଲିୟମସନ ଶନିବାର ତାଙ୍କ ଶତକୀୟ ଇନିଂସରେ ୧୪ ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ୬୯ ରନ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ବାମହାତୀ ପେସ୍‌ ବୋଲର ଶେଲଡନ କୋଟ୍ରେଲ ୫୬ରନ ବିନିମୟରେ ୪ଟି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ : ୫୦ ଓଭରରେ ୨୯୧/୮ (ଓ୍ବିଲିୟମସନ-୧୪୮, ଟେଲର-୬୯, କୋଟ୍ରେଲ-୪/୫୬, ବ୍ରାଥଓ୍ବେଟ୍‌-୨/୫୮)।
ଓ୍ବେଷ୍ଟଇଣ୍ଡିଜ: ୪୯ ଓଭରରେ୨୮୬/ଅଲଆଉଟ (ବ୍ରାଥଓ୍ବେଟ୍‌-୧୦୧, ଗେଲ୍‌-୮୭,ହେଟମେର୍‌-୫୪; ଟ୍ରେଣ୍ଟ ବୋଲ୍ଟ-୪/୩୦, ଲୋକି ଫର୍ଗୁସନ-୩/୫୯)।

Share