Categories: ଜାତୀୟ

ନ୍ୟାଶନାଲ ହେରାଲ୍ଡ ମାମଲା: ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟ ସିଲ୍‌

ନୂଆଦିଲ୍ଲୀ,୩।୮: ନ୍ୟାଶନାଲ ହେରାଲ୍ଡ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବୁଧବାର ଇଡି ହେରାଲ୍ଡ ହାଉସରେ ଅବସ୍ଥିତ ୟଙ୍ଗ ଇଣ୍ଡିଆର କାର୍ଯ୍ୟାଳୟକୁ ସିଲ କରିଛି। ମଙ୍ଗଳବାର ଇଡି ଏହି କାର୍ଯ୍ୟାଳୟରେ ଚଢାଉ କରିଥିଲା। ୟଙ୍ଗ ଇଣ୍ଡିଆନ କମ୍ପାନୀର ୩୮% ଶେୟାର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନିକଟରେ ଅଛି। ୟଙ୍ଗ ଇଣ୍ଡିଆନ କମ୍ପାନୀ ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ ଅର୍ଥାତ୍‌ ଏଜେଏଲ୍‌କୁ ଅଧିଗ୍ରହଣ କରିଥିଲା।
ମଙ୍ଗଳବାର ନ୍ୟାଶନାଲ ହେରାଲ୍ଡ ସହ ଜଡିତ ଅର୍ଥ ହେରଫେର ମାମଲାରେ ହେରାଲ୍ଡ ହାଉସ ସମେତ ୧୩ଟି ସ୍ଥାନରେ ଇଡି ଚଢାଉ କରିଥିଲା। ଏହି ମାମଲାରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।

Share