Posted inଜାତୀୟ

ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲା: ଭୋରା, ହୁଡାଙ୍କ ବିରୋଧରେ ଚାର୍ଜଶିଟ୍‌

ପଞ୍ଚକୁଲା,୨୭ା୮(ଆଇଏଏନ୍‌ଏସ୍‌): ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରା, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ଏବଂ କଂଗ୍ରେସ ମାଲିକାନାରେ ଥିବା ଆସୋସିଏଟେଡ ଜର୍ନାଲ୍ସ ଲିମିଟେଡ (ଏଜେଏଲ୍‌) ବିରୋଧରେ ସୋମବାର ଚାର୍ଜଶିଟ୍‌ ଦାଖଲ କରିଛି। ଗାନ୍ଧୀ ପରିବାର ଓ ବରିଷ୍ଠ କଂଗ୍ରେସ ନେତାମାନଙ୍କ ନିୟନ୍ତ୍ରଣରେ ଥିବା ଏଜେଏଲ୍‌ ନ୍ୟାଶନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା। ଅଭିଯୁକ୍ତମାନେ ୬୪.୯ କୋଟି ଟଙ୍କାର ମନିଲଣ୍ଡରିଂରେ ସମ୍ପୃକ୍ତ ଥିବା ଇଡି କହିଛି। ପଞ୍ଚକୁଲାର ସେକ୍ଟର ୬ ସ୍ଥିତ ପ୍ଲଟ୍‌ ନଂ. ସି-୧୭ରେ ଥିବା ଜମି ୧୯୮୨ରେ ଏଜେଏଲ୍‌କୁ ପ୍ରଦାନ କରାଯାଇଥିଲା। ତେବେ ଆଲଟମେଣ୍ଟ ଚୁକ୍ତିର ସର୍ତ୍ତ ପୂରଣ ନ କରିବାରୁ ୧୯୯୨ ଅକ୍ଟୋବର ୩୦ରେ ଉକ୍ତ ସମ୍ପତ୍ତିକୁ ହରିୟାଣାର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ହୁଡା)ର ଇଷ୍ଟେଟ୍‌ ଅଫିସର ଏହାକୁ ପୁନର୍ବାର ଦଖଲକୁ ନେଇଥିଲେ। ତେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହୁଡା କ୍ଷମତାର ଅପବ୍ୟବହାର କରି ଉକ୍ତ ପ୍ଲଟକୁ ପୁନର୍ବାର ଏଜେଏଲ୍‌କୁ ମଞ୍ଜୁର କରିଥିଲେ, ଯେଉଁଥିରେ ଜମି ଅଧିଗ୍ରହଣ ସର୍ତ୍ତାବଳୀର ଉଲ୍ଲଂଘନ ହୋଇଥିଲା ବୋଲି ଇଡି ଅଧିକାରୀ କହିଛନ୍ତି। ଏହାବ୍ୟତୀତ ଉକ୍ତ ପ୍ଲଟରେ ଗୃହ ନିର୍ମାଣ ପାଇଁ ହୁଡା ସମୟସୀମାକୁ ୩ ଥର ବଢ଼ାଇଥିଲେ। ଫଳରେ ୨୦୧୪ରେ ଏଜେଏଲ୍‌ ନିର୍ମାଣ କାର୍ଯ୍ୟ ଶେଷ କରିିଥିଲା। ହରିୟାଣାର ଭାଜପା ସରକାରଙ୍କ ଅନୁରୋଧ କ୍ରମେ ସିବିଆଇ ଏତଲା ଆଧାରରେ ଇଡି ୨୦୧୬ରେ ପିଏମ୍‌ଏଲ୍‌ଏରେ ମାମଲା ରୁଜୁ କରିଥିଲା। ଗତବର୍ଷ ଡିସେମ୍ବରରେ ସିବିଆଇ ପଞ୍ଚକୁଲା କୋର୍ଟରେ ଭୋରା ଓ ହୁଡାଙ୍କ ନାମରେ ଅନିୟମିତତା ଅଭିଯୋଗରେ ଚାର୍ଜଶିଟ୍‌ ଦାଖଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri