ନୌବାଣିଜ୍ୟ ସ୍ମୃତିରେ ବିଭୋର ଚାନ୍ଦବାଲିି, ଧାମରା

ଚାନ୍ଦବାଲି/ଆରଡିି,୧୩ା୧୧(ଡି.ଏନ.ଏ.)-ସୁଦୂର ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ମଙ୍ଗଳବାର ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବା ଯୋଗୁ ପରିବେଶ ଉତ୍ସବମୁଖର ହୋଇଉଠିଛି। ପ୍ରାଚୀନ ବନ୍ଦର ନଗରୀ ଚାନ୍ଦବାଲି ସମେତ ଧାମରାରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବର ଆକର୍ଷଣ ନିଆରା। ଚାନ୍ଦବାଲିର ‘ଆମ ପରମ୍ପରା’ ସଙ୍ଗଠନ ପକ୍ଷରୁ ୭ ଜଣ ସାଧବ ଶନିବାର ସକାଳେ ନିଜର ପ୍ରତୀକ ବ୍ୟବସାୟିକ ସାମଗ୍ରୀ ନେଇ ବୋଇତରେ ଚାନ୍ଦବାଲିରୁ ଧାମରାକୁ ପ୍ରାୟ ୨୫ କି.ମି. ଜଳଯାତ୍ରା କରିଥିଲେ। ସାଧବପୁଅ ବେଶରେ ସେମାନେ ସଜ୍ଜିତ ହେବା ଏବଂ ପାରମ୍ପରିକ ରୀତିରେ ସେମାନଙ୍କୁ ବନ୍ଦାପନା କରାଯିବା ଭାବପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲା। ସେମାନେ ଧାମରାରେ ପହଞ୍ଚିବା ପରେ ‘ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ କମିଟି’ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲା।
ବୋଇତ ବନ୍ଦାଣ ଉପଲକ୍ଷେ ସ୍ଥାନୀୟ ଗଙ୍ଗାମାତା ପଡିଆରେ ବଳଭଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏଥିରେ ଯୋଗଦେଇ ଧାମରାରେ ବନ୍ଦର ଭିତ୍ତିକ ଶିଳ୍ପ ଗଢି ଉଠିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ସଂଗ୍ରାମ ଆଚାର୍ଯ୍ୟ, ବିଧାୟକ ବ୍ୟୋମକେଶ ରାୟ, ଜିଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ବିଦ୍ୟୁତ୍‌ ଲତା ନାୟକ, ଜଗନ୍ନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ଚାରଣ କରିଥିଲେ ା
ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ପ୍ରଭାବରେ ଧାମରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ମା’ ଧାମରାଈ ଆଞ୍ଚଳିକ ବୋଇତ ବନ୍ଦାଣ କମିଟି ଚଳିତ ବର୍ଷ ପାଇଁ ଧାମରାରେ ପାଳିତ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବକୁ ସ୍ଥଗିତ ରଖିଛି ା ତେବେ ମା’ ଧାମରାଈ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କମିଟି ପକ୍ଷରୁ ଧାମରାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥିଲା। ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ଏହି ଉତ୍ସବରେ ଏମପି ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ଉଦ୍ୟୋଗୀକରଣ ହେବା ଆବଶ୍ୟକ ବୋଲି କହିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ରାଜସ୍ବମନ୍ତ୍ରୀ ମନମୋହନ ସାମଲ, ବିଧାୟକ ବିଷ୍ଣୁ ସେଠୀ, ବଦ୍ରି ନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ, ପ୍ରତାପ ଧଳ, କାହ୍ନୁ ବେହେରା, ପ୍ରମୋଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା ‘ଚାନ୍ଦବାଲି ସାଂସ୍କୃତିକ ପରିଷଦ’ ଆନୁକୂଲ୍ୟରେ ନିିକଟସ୍ଥ ବୈତରଣୀ ନଦୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ ସକାଳେ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ରବୀନ୍ଦ୍ର ବେହୁରିଆ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରଫେସର ଶାନ୍ତନୁ ମହାନ୍ତିି,ସାହିତି୍ୟକ ପ୍ରଫୁଲ୍ଲ ଦାସ,ଏସ୍‌ଏନ୍‌ କଲେଜର ଅଧ୍ୟକ୍ଷ ପ୍ରଫେସର ବୈକୁଣ୍ଠ ନାଥ ପରିଡା, କବି କମଳାକାନ୍ତ ମହାନ୍ତିି, ଚିନ୍ତାମଣି ମହାରଣା, ଅମୂଲ୍ୟ ରାଉତ, ଶିଶିର ଦାସ, ଦୀପ୍ତିମୟୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାଚୀନ ବନ୍ଦର ନଗରୀ ଚାନ୍ଦବାଲି ଏକଦା ଉତ୍କଳର ପ୍ରବେଶ ପଥ ଭାବେ ପରିଚିତ ଥିଲା। ଏଠାରୁ ଜଳପଥ ଦେଇ ଓଡ଼ିଆ ସାଧବ ପୁଅ ଜାଭାସୁମାତ୍ରା ଆଦି ଅଞ୍ଚଳକୁ ଯାଇ ବେପାର ବଣିଜ କରି ଓଡ଼ିଆ ଜାତିର କଳା ସଂସ୍କୃତିର ପ୍ରଚାର କରିବା ସହ ଏମାଟିକୁ ବିତ୍ତଶାଳୀ କରିଥିଲେ। ପରେ ବିଦେଶୀ ଇଂରେଜ ବଣିକ ଏହି ପ୍ରାଚୀନ ବନ୍ଦରକୁ ବିକଶିତ କରିଥିଲେ। ଦୀର୍ଘଦିନ ଧରି ବନ୍ଦର ବନ୍ଦ ହୋଇଯାଇଥିଲେ ବି ଅତୀତର ସ୍ମୃତିକୁ ନେଇ ଆୟୋଜିତ ହେଉଥିବା ଉତ୍ସବ ଅଞ୍ଚଳବାସୀଙ୍କ ଲାଗି ଭିନ୍ନ ଆକର୍ଷଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri